Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2025 -Odisha Lekha. All Rights Reserved.

ସରିଲା ପ୍ରଶିକ୍ଷଣ ଶିବିର:୧୬ରୁ ଘରକୁ ଘର ବୁଲିବେ ଜନଗଣନାକାରୀ

Published April 6, 2026 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ପୌର ପରିଷଦର ସମ୍ମିଳନୀ କକ୍ଷରେ ତିନିଦିନ ଧରି ଚାଲିଥିବା ଭାରତର ଜନଗଣନା-୨୦୨୭ କାର୍ଯ୍ୟକ୍ରମ ଗୃହ ତାଲିକା ଏବଂ ଗୃହ ଗଣନା ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି। ପୌର ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ୮୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିବା ବେଳେ ସେମାନେ ଚଳିତ ମାସ ୧୬ ତାରିଖରୁ ଘରକୁ ଘର ବୁଲି ଜନଗଣନା କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଗୃହ ଗଣନା ଏବଂ ଗୃହତାଲିକା ସହିତ ଏ ସଂକ୍ରାନ୍ତ୍ରରେ ତଥ୍ୟ ସଂଗ୍ରହ କରିବେ। ଆଜି ଅନୁଷ୍ଠିତ ଏହି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗଦାନ କରି ଜନଗଣନା କାର୍ଯ୍ୟର ମହତ୍ୱ ତଥା ଏହାଦ୍ୱାରା ସରକାର ଦେଶର ବିକାଶ ଓ ପ୍ରଶାସନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ହୋଇଥାଏ ।

ଏହା ଦ୍ୱାରା ସରକାରଙ୍କୁ ଯୋଜନା ପ୍ରଣୟନ,ନିର୍ବାଚନ ମଣ୍ଡଳୀର ପୁନଃନିର୍ଦ୍ଧାରଣ, ସାମାଜିକ ଓ ଆର୍ଥିକ ସ୍ଥିତିର ଆକଳନ, ସଂରକ୍ଷଣ ଓ ଅଧିକାର ସମ୍ପର୍କରେ ନୀତିଗତ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ ବୋଲି ଡ଼ ସାହୁ ମତବ୍ୟକ୍ତ କରିଥିଲେ। ଏହା ସହିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ବିଧାୟକ ଡ଼ ସାହୁ ଜନଗଣନା ସମ୍ପର୍କିତ କିଛି ପ୍ରଶ୍ନ ପଚାରିଥିଲେ। ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଉଦଯାପନୀ ସଭାରେ ପ୍ରଶିକ୍ଷକ ସିଆରସିସି ପ୍ରଦୀପ୍ତ କୁମାର ପଣ୍ଡା ଏବଂ ବ୍ରଜକିଶୋର ମହାପାତ୍ର ଉପସ୍ଥିତ ଥିଲେ। ଗତ ତିନିଦିନ ଧରି ସୁରୁଖୁରୁରେ ଚାଲିଥିବା ପ୍ରଶିକ୍ଷଣ ଶିବିରକୁ ପୌର ପରିଷଦ ପକ୍ଷରୁ ବରିଷ୍ଠ କିରାଣୀ ଦିଗାମ୍ବର ପ୍ରଧାନ, ଶିଶିର କୁମାର ମହାପାତ୍ର ଏବଂ ଗଜେନ୍ଦ୍ର କୁମାର ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

Preloader Image
IMG-20260411-WA0004
IMG-20260330-WA0039
IMG-20260108-WA0001
Odisha Lekha April 6, 2026 April 6, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ
ସ୍ୱତନ୍ତ୍ର ଖବର
ତେଲ ମାଲିସ୍ ନେତା ନେତ୍ରୀଙ୍କୁ କେବେ ମିଳିବ ସୁଯୋଗ ?
ରାଜନୀତି
ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ
ସ୍ୱତନ୍ତ୍ର ଖବର
ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ:ଯୁବ ପ୍ରକାଶକଙ୍କୁ ସମ୍ବର୍ଦ୍ଧନା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ

Odisha Lekha July 15, 2026
ସ୍ୱତନ୍ତ୍ର ଖବର

ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ

Odisha Lekha July 14, 2026
ସ୍ୱତନ୍ତ୍ର ଖବର

ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ:ଯୁବ ପ୍ରକାଶକଙ୍କୁ ସମ୍ବର୍ଦ୍ଧନା

Odisha Lekha July 14, 2026
ସ୍ୱତନ୍ତ୍ର ଖବର

ଚକ୍ଷୁଦାନ କଲେ ଅଙ୍ଗନବାଡ଼ି ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସାମୟୀ:ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ତ୍ୟ:ଝିଅ ଦେଲା ମୁଖାଗ୍ନି

Odisha Lekha July 7, 2026
ସ୍ୱତନ୍ତ୍ର ଖବର

ନିରୋଗ ସେଣ୍ଟରରେ ସ୍ୱାସ୍ଥ୍ୟ ବିଭାଗ ଓ ତହସିଲଦାରଙ୍କ ଚଢ଼ାଉ

Odisha Lekha July 5, 2026
ସ୍ୱତନ୍ତ୍ର ଖବର

ଭୁଶୁଡ଼ି ପଡ଼ିଲା ୫୭ନଂ ଜାତୀୟ ରାଜପଥର ନୟାଗଡ଼ ବାଇପାସ୍ ରାସ୍ତା:ଗୋଟିଏ ପଟେ ସପୋର୍ଟ ରାସ୍ତା ସଂପୂର୍ଣ୍ଣ ନଷ୍ଟ

Odisha Lekha July 5, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?