ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଓ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ମିଳିତ ଭାବେ ଖଣ୍ଡପଡା ବ୍ଲକରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡା ବ୍ଲକର ବିଭିନ୍ନ ଅଞ୍ଚଳରୁ ୧୪୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ଜିଲ୍ଲାପାଳ ଶ୍ରୀମତୀ ରଥ ତତ୍ କ୍ଷଣାତ ୫୬ଟି ଅଭିଯୋଗର ସମାଧାନ କରିଛନ୍ତି। ତେବେ ୧୦ଟି ଗ୍ରାମ୍ୟ ସମସ୍ୟା ଜନିତ ଅଭିଯୋଗ ଆସିଥିବା ବେଳେ ୧୨୯ଟି ବ୍ୟକ୍ତିଗତ ସମସ୍ୟା ନେଇ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲଫ୍ ଫଣ୍ଡରୁ ସହାୟତା ପାଇଁ ଦୁଇ ଜଣ ସହାୟତା ଲୋଡ଼ିଥିଲେ। ଆଜିର ଜନଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ଜିଲ୍ଲାପରିଷଦର ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣଦେବ ସମଦ୍ଦାର, ଖଣ୍ଡପଡା ସ୍ବାସ୍ଥ୍ଯ ଗୋଷ୍ଠୀ ଅଧିକାରୀ ଡ଼ ଅଭିସାର୍ ପଣ୍ଡା, ଏସଡିପିଓ ମଦନମୋହନ ସ୍ଵାଇଁ, ଖଣ୍ଡପଡା ବିଡ଼ିଓ ଅଙ୍କୁର ଅଭିଳାଷ ଓ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।


