Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡରେ ନୂତନ ଚିନିକଳ ସ୍ଥାପନ ପାଇଁ ସର୍ଭେ ଆରମ୍ଭ:ଆଖୁ ଚାଷୀଙ୍କ ସ୍ୱପ୍ନ ପୂରଣ ହେବ !

Published March 22, 2026 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡରେ ଚିନିକଳ ସ୍ଥାପନ ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଛି । ପୁରୁଣା ଚିନିକଳର ପୁନଃରୁଦ୍ଧାର ଏବଂ ନୂତନ ଚିନିକଳ ପ୍ରତିଷ୍ଠା ନୟାଗଡବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହୋଇ ରହିଛି । ନିର୍ବାଚନ ସମୟରେ ନେତାମାନେ ଚିନିକଳ ପ୍ରତିଷ୍ଠା କରିବାକୁ ବିଭିନ୍ନ ସମୟରେ ପ୍ରତିଶୃତି ଦେଇ ନିର୍ବାଚନ ଜିତିଛନ୍ତି । ଗତ ୨୦୨୪ ନିର୍ବାଚନ ସମୟରେ ଚିନିକଳ ପ୍ରତିଷ୍ଠା କରିବାକୁ ବିଜେପି ପ୍ରତିଶୃତି ଦେଇଥିଲା । କିଛିମାସ ପୂର୍ବେ ମୂଖ୍ୟମନ୍ତ୍ରୀ ନୟାଗଡରେ ଏକ ସଭାରେ ଯୋଗଦେଇ ଚିନିକଳ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ କହିଥିଲେ । କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ସାହା ତାଙ୍କର ଓଡିଶା ଗସ୍ତ ସମୟରେ ନୟାଗଡରେ ଚିନିକଳ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ଘୋଷଣା କରିଥିଲେ । ଆଜି ଇଣ୍ଡିଆନ୍ ପଟାସ୍ ଲିମିଟେଡ୍‌ର ଦୁଇଜଣ ଅଧିକାରୀ , ବଡମ୍ବା ଚିନିକଳର ଡାଇରେକ୍ଟର୍ , ରାଜ୍ୟ ସମବାୟ ବିଭାଗର ଅଧିକାରୀ ଏବଂ ସାଂସଦ ସମ୍ବିତ ପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ବୈଠକ କରି ଆଲୋଚନା କରିଛନ୍ତି । ଏହାସହିତ ଚିନିକଳ ସ୍ଥାପନ ପାଇଁ ୭୦ ଏକର ଯାଗାର ଆବଶ୍ୟକତା ରହିଥିବାରୁ ଟିମ୍ ଜିଲ୍ଲାପାଳ ମଧୁମିତା ରଥ ଏବଂ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ବିଭିନ୍ନ ଯାଗା ବୁଲି ଦେଖିଛନ୍ତି । ନୟାଗଡ ଚିନିକଳ ଉପରେ ବିଭିନ୍ନ ମାମଲା ରହିଥିବାବେଳେ ଏହା ଏବେ ସୁପ୍ରିମ୍‌କୋର୍ଟରେ ବିଚାରାଧିନ ଥିବାରୁ ଏହାର ପୁନଃରୁଦ୍ଧାର ପରିରର୍ତ୍ତେ ନୂତନ ଚିନିକଳ ପ୍ରତିଷ୍ଠା ଠିକ୍ ହେବ ବୋଲି ଟିମ୍ ଅନୂଭବ କରିଛି । ତେବେ କେଉଁ ସ୍ଥାନରେ ହେବ ତାହା ସର୍ଭେ ପରେ ଜଣାପଡିବ ବୋଲି ଟିମ୍ ଅଧିକାରୀମାନେ କହିଛନ୍ତି । ଆଜିର ସର୍ଭେକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂସ୍ଥା, ଓଡ଼ିଶା ସରକାରଙ୍କ ଏକ ଟିମ୍ ଏବଂ ନୟାଗଡ଼ ଜିଲ୍ଲା ପ୍ରଶାସନର ଏକ ଟିମ୍ ସାମିଲ୍ ହୋଇଥିଲେ। ଆଇପିଏଲ ର ଡେପୁଟି ଜେନେରାଲ ମ୍ୟାନଜର ସଞ୍ଜୀବ ସିଂନା, ଗ୍ରୁପ୍ ଟେକ୍ନିକାଲ ମନୀଷ ଚନ୍ଦ୍ର ତ୍ୟାଗୀ, ଢେଙ୍କାନାଳ ସୁଗାର୍ ମିଲ ଜେନେରାଲ ମ୍ୟାନେଜର ବିକାଶ କୁମାର ଚୌଧୁରୀ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ , ଉପ ଜିଲ୍ଲପାଳ କର୍ଣ୍ଣଦେବ ସମାଦ୍ଦାର, ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଆଇ.ପି.ଏଲ୍‌. ଢେଙ୍କାନାଳ ସୁଗାର୍ ମିଲ୍ ଏବଂ କଳାହାଣ୍ଡିରେ ଥର୍ମାଲ୍ ପ୍ଲା୍ ଚଳାଉଥିବାରୁ ନୟାଗଡରେ ଅତିଶିଘ୍ର ଚିନିକଳ କାର୍ଯ୍ୟ ଆରମ୍ଭ ହେବ ବୋଲି ସସସ୍ତେ ଆଶା ରଖିଛନ୍ତି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha March 22, 2026 March 22, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ
ଆଞ୍ଚଳିକ ଖବର ସ୍ବାସ୍ଥ୍ୟ
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ରାଜନୀତିରାଜ୍ୟ ଖବର

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ

Odisha Lekha August 30, 2026
ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

Odisha Lekha August 30, 2026
ରାଜନୀତିରାଜ୍ୟ ଖବର

ଅପାରଗ ଜିଲ୍ଲା ପ୍ରଶାସନ:ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ, ଅନ୍ୟପଟେ ଥାନାରେ ଅଟକ ରଖିବାକୁ ନିର୍ଦ୍ଦେଶ: ଥାନା ସମ୍ମୁଖରେ ବିଜେଡ଼ି ନେତା ଓ କର୍ମୀଙ୍କ ଧାରଣା

Odisha Lekha August 28, 2026
ରାଜ୍ୟ ଖବର

ସଂଖ୍ୟାଲଘୁ ସେଲ: ନିଯୁକ୍ତ ହେଲେ ସାଂଗଠନିକ ସଭାପତି ଓ ସାଧାରଣ ସମ୍ପାଦକ

Odisha Lekha August 26, 2026
ରାଜ୍ୟ ଖବର

ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବେ ନେତା:୩ନେତାଙ୍କୁ ଦାୟିତ୍ବ ଦେଲେ ନବୀନ

Odisha Lekha August 17, 2026
ରାଜ୍ୟ ଖବର

ବିଜେପି ନେତାଙ୍କୁ ସାମ୍ବାଦିକ ସମ୍ମିଳନୀରେ ଧୋଇଲେ ଅରୁଣ:ବିଜେପି ସରକାର ଏବେ ପେପର୍ ଲିକ୍ ସରକାର:ଅରୁଣ

Odisha Lekha July 22, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?