Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଜିଲ୍ଲା ସ୍ତରୀୟ 79ତମ ସ୍ୱାଧୀନତା ଦିବସ ସ୍ୱାଧୀନତା ସଂଗ୍ରାମୀଙ୍କ ଅସୀମ ତ୍ୟାଗ ଓ ବଳିଦାନ ଚିର ନମସ୍ୟ

Published August 16, 2025 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସଦର ମହକୁମାରେ ୭୯ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ୍ କରି ସହର ପରିକ୍ରମା କରିଥିଲା । ସକାଳ ୬ଘଟିକା ସମୟରେ ପ୍ରଭାତଫେରୀ କାର୍ଯ୍ୟକ୍ରମ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେମାନଙ୍କ ଅଂଚଳରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା କରାଯାଇଥିଲା । ଏହାପରେ ସକାଳ ୮ଘଟିକାରେ ତ୍ରିନାଥଛକ ଠାରେ ଅବସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ, ପୌର ପରିଷଦ ଅଧ୍ଯକ୍ଷା, ଉପାଧ୍ଯକ୍ଷ, ବରିଷ୍ଠ ଅଧିକାରୀ, ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପୋଲିସ ପ୍ରଶିକ୍ଷଣ(ପିଟିଏସ)ପଡ଼ିଆ ଠାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ସ୍ଵାଗତ କରିଥିଲେ। ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ପୋଲିସ ବ୍ୟାଣ୍ଡ୍ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଫୁଲରେ ସୁସଜ୍ଜିତ ଖୋଲା ଗାଡ଼ିରେ ମୁଖ୍ୟ ଅତିଥି ପ୍ୟାରେଡ୍ ପରିଦର୍ଶନ କରିଥିଲେ । ପରେ ପରେ ମୁଖ୍ୟ ଅତିଥି ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ନୟାଗଡ଼ ଜିଲ୍ଲାବାସୀ କୃଷିକ୍ଷେତ ଉପରେ ନିର୍ଭରଶୀଳ । ନୟାଗଡ଼ ଐତିହ୍ୟ ସଂପର୍ଣ୍ଣ ମାଟି, ଏହିରେ ଜନ୍ମ ନେଇଛନ୍ତି ଅନେକ ସ୍ୱାଧୀନତା ସଂଗ୍ରାମୀ । ମାଟି ମା ପାଇଁ ଅନେକ ଜୀବନ ଏଠି ସହିଦ ହୋଇଛନ୍ତି । ସ୍ୱାଧୀନତା ସଂଗ୍ରାମରେ ନୟାଗଡ଼ ଜିଲ୍ଲା ପ୍ରମୁଖ ଭୂମିକା ଲିଭାଇ ଅଛି। ସ୍ୱାଧୀନତା ସଂଗ୍ରାମୀ ଅସୀମ ତ୍ୟାଗ ଓ ବଳିଦାନ ଆମ ପାଇଁ ଚିର ନମସ୍ୟ ବୋଲି ଉଦ୍‌ବୋଧନ ଦେଇଥିଲେ। ଏହାପରେ ପ୍ୟାରେଡ୍‌ରେ ଭାଗ ନେଇଥିବା ୪୯ଗୋଟି ବଳ ପ୍ୟାରେଡ୍ କରିବା ସଙ୍ଗେ ସଙ୍ଗେ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ପ୍ରଦାନ କରିଥିଲେ । ପ୍ୟାରେଜ୍‌ରେ ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ୫ଗୋଟି ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜସ୍ତର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ୩ଟି ବିଦ୍ୟାଳୟକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଥିବା ଛାତ୍ରଛାତ୍ରୀମାନେ ଯଥାକ୍ରମେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଚୟନରେ ପ୍ରିୟ ରଂଜନ ମିଶ୍ର,ରାଜ୍ୟସ୍ତରୀୟ କିଶୋରୀ-କିଶୋର ବକ୍ତୃତା ପ୍ରତିଯୋଗିତାରେ ସୁଶ୍ରୀ ବିଦ୍ୟାବିଳିତା ମହାନ୍ତି, ରାଜ୍ୟସ୍ତରୀୟ ଓଡ଼ିଶା ସାହିତ୍ୟ ଏକାଡେମୀ ୬୮ତମ ସ୍ୱନକ୍ଷତ୍ର ବକ୍ତୃତା ପ୍ରତିଯୋଗିତାରେ ସୁଶ୍ରୀ ବିଶ୍ଵବିଳିତା ମହାନ୍ତି, ରୁତଭିକା ପାଲ, ଶିଖରପୁର ଅଙ୍ଗନବାଡ଼ି କେନ୍ଦ୍ରର ଛାତ୍ରୀ ଯିଏକି ଡ.ଏ.ପି.ଜେ ଅବଦୁଲ କଲାମ ଭାରତ ରନ୍ ସମ୍ମାନ, ରଣ୍ଡିଆ ବୁକ୍ ଅଫ୍ ରେକର୍ଡ କରି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି । ନୟାଗଡ଼ ପୂରୁଣା ସହରର ସ୍ବର୍ଗତ ଶିବୁନ୍ ସିଦ୍ଧାର୍ଥ ସାହୁଙ୍କର ଅଙ୍ଗ ପ୍ରଦାନ କରିଥିବାରୁ ତାଙ୍କ ମାଆ ଜୟନ୍ତୀ ସାହୁଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସୁରଜ୍ ଆୱାର୍ଡ ପ୍ରଦାନ କରାଯାଇଛି । ତାଙ୍କ ମାଆଙ୍କୁ ଆଜିର ଦିବସରେ ଏହି ମହତ୍ କାର୍ଯ୍ୟ ପାଇଁ ମୁଖ୍ୟ ଅତିଥି ସ୍ବତନ୍ତ୍ର ଭାବେ ସମ୍ମାନିତ କରିଥିଲେ । ସେହିପରି ନୟାଗଡ଼ ରେଡକ୍ରସ ଭଲେବୀୟର୍ସ ଫୋରମ୍‌ର ବିଭିନ୍ନ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ଅନୁଷ୍ଠାନର ସଂଯୋଜିକା ସୁନୀତା ରାଣୀ ମହାପାତ୍ରଙ୍କୁ ୭୯ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ପରିଶେଷରେ ଜିଲ୍ଲା କାରାଗାର ଅନ୍ତେବାସୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମିଷ୍ଟାନ୍ନ ବଣ୍ଟନ, ମଣ୍ଡଳ ଉନ୍ନୟନ ଅଧିକାରୀ, ନୟାଗଡ଼ଙ୍କ ଆନୁକୂଲ୍ୟରେ କରାଯାଇଥିଲା । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଟାରୀ କ୍ଲବ ନୟାଗଡ୍ ଓ ବ୍ଲଡ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥୁ ଉଦ୍‌ଘାଟନ କରିଥିଲେ । ପରେ ପରେ ନୟାଗଡ଼ ପୌର ପରିଷଦ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ଫଳ ବଣ୍ଟନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମ ରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମଦ୍ଦାର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ପୋଲିସ ପ୍ରଶିକ୍ଷଣ ଶିବିରର ଅଧ୍ୟକ୍ଷ ଭବେଶ ନାୟକ, ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ନୟାଗଡ଼ ପୌର ପରିଷଦର କାଉନସିଲର ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Preloader Image
IMG-20260815-WA0003
IMG-20260108-WA0001
odishalekha August 16, 2025 August 16, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy1
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?