Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2025 -Odisha Lekha. All Rights Reserved.

ସହକାରୀ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା:ଶିକ୍ଷକ ଓ ଶିକ୍ଷାର ଅବସର ନଥାଏ

Published February 28, 2026 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ  ପଶ୍ଚିମ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବିଶିଷ୍ଟ କବି ତଥା ସାହିତ୍ୟିକ ଗୋଦାବରୀଶ ମିଶ୍ର ଏପରି ମତବ୍ୟକ୍ତ କରିଥିଲେ।  ଶ୍ରୀମତୀ ମିଶ୍ରଙ୍କର ଦୀର୍ଘ ଦିନର ସେବା, ସମର୍ପଣ ତଥା ଶିକ୍ଷା ପ୍ରତି ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବା ସହିତ ପିଲାମାନଙ୍କୁ ଶିଖାଇଥିବା ଶ୍ରମ, ଶୃଙ୍ଖଳା,ମୂଲ୍ୟବୋଧ ଏବଂ ସଠିକ ପଥରେ ଚାଲିବାର ଉପାୟ ସଦାସର୍ବଦା ପିଲାମାନଙ୍କୁ ଆଲୋକମୟ ପଥରେ ଚାଲିବା ପାଇଁ ସାହାଯ୍ୟ କରିବ ବୋଲି ବିଭିନ୍ନ କ୍ଲଷ୍ଟରରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ,ପୁରାତନ ଛାତ୍ରଛାତ୍ରୀ,ଅଭିଭାବକ ତଥା ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।

ବରିଷ୍ଠ ଶିକ୍ଷକ ଦେବରାଜ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବେ ସିଆରସିସି ପ୍ରଦୀପ୍ତ ପଣ୍ଡା ,ପ୍ରଧାନ ଶିକ୍ଷୟିତ୍ରୀ ସ୍ମୃତିଧାରା ମିଶ୍ର,ଲକ୍ଷ୍ମୀଧର ସାହୁ,ଗୋପୀନାଥ ସେଠି ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷକ ଧନେଶ୍ୱର ସ୍ୱାଇଁ,ମମତା ବରାଳ, ମନୋରଞ୍ଜନ ସାହୁ,ଶୁଭଲକ୍ଷ୍ମୀ ରାଉତ, ସଂଯୁକ୍ତା ଦେବୀ, ଶାନ୍ତିଲତା ଦେବୀ, ଲୋପାମୁଦ୍ରା ପଣ୍ଡା, ଶୈଳବାଳା ଦେବୀ ପ୍ରମୁଖ ଅଭିଭାଷଣ ରଖିଥିଲେ ।ଶେଷରେ ଅବସର ଗ୍ରହଣ କରିଥିବା ସହକାରୀ ଶିକ୍ଷୟିତ୍ରୀଙ୍କୁ ସଂପୃକ୍ତ ବିଦ୍ୟାଳୟ,ବିଭିନ୍ନ ଶିକ୍ଷକ ସଂଗଠନ ଏବଂ ଛାତ୍ରଛାତ୍ରୀ ମାନଙ୍କ  ପକ୍ଷରୁ ମାନପତ୍ର, ଉପଢୌକନ ଏବଂ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିିତ କରାଯାଇଥିଲା । ଏହି ଅବସର କାଳୀନ ସଭାରେ ପରିଚାଳନା କମିଟିର ସମସ୍ତ ସଦସ୍ୟ, ନିଉଟାଉନ କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ ତଥା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯୋଗଦାନ କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଥିଲେ।

Preloader Image
IMG-20260411-WA0004
IMG-20260330-WA0039
IMG-20260108-WA0001
Odisha Lekha February 28, 2026 February 28, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ
ସ୍ୱତନ୍ତ୍ର ଖବର
ତେଲ ମାଲିସ୍ ନେତା ନେତ୍ରୀଙ୍କୁ କେବେ ମିଳିବ ସୁଯୋଗ ?
ରାଜନୀତି
ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ
ସ୍ୱତନ୍ତ୍ର ଖବର
ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ:ଯୁବ ପ୍ରକାଶକଙ୍କୁ ସମ୍ବର୍ଦ୍ଧନା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ

Odisha Lekha July 15, 2026
ସ୍ୱତନ୍ତ୍ର ଖବର

ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ

Odisha Lekha July 14, 2026
ସ୍ୱତନ୍ତ୍ର ଖବର

ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ:ଯୁବ ପ୍ରକାଶକଙ୍କୁ ସମ୍ବର୍ଦ୍ଧନା

Odisha Lekha July 14, 2026
ସ୍ୱତନ୍ତ୍ର ଖବର

ଚକ୍ଷୁଦାନ କଲେ ଅଙ୍ଗନବାଡ଼ି ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସାମୟୀ:ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ତ୍ୟ:ଝିଅ ଦେଲା ମୁଖାଗ୍ନି

Odisha Lekha July 7, 2026
ସ୍ୱତନ୍ତ୍ର ଖବର

ନିରୋଗ ସେଣ୍ଟରରେ ସ୍ୱାସ୍ଥ୍ୟ ବିଭାଗ ଓ ତହସିଲଦାରଙ୍କ ଚଢ଼ାଉ

Odisha Lekha July 5, 2026
ସ୍ୱତନ୍ତ୍ର ଖବର

ଭୁଶୁଡ଼ି ପଡ଼ିଲା ୫୭ନଂ ଜାତୀୟ ରାଜପଥର ନୟାଗଡ଼ ବାଇପାସ୍ ରାସ୍ତା:ଗୋଟିଏ ପଟେ ସପୋର୍ଟ ରାସ୍ତା ସଂପୂର୍ଣ୍ଣ ନଷ୍ଟ

Odisha Lekha July 5, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?