Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର:ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ଶୀର୍ଷକ ଆଲୋଚନା

Published February 22, 2026 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ସ୍ବେଛାସେବୀ ମାନଙ୍କର ସେବା ଭାବକୁ ବିକାଶ କରିବା ପାଇଁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ସଭାଗୃହରେ ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ଯ ଆଲୋଚକ ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗଦେଇ ଜଣେ ସ୍ବେଛାସେବୀ କେଉଁ କେଉଁ ଗୁଣର ଅଧିକାରୀ ହେବା ଆବଶ୍ଯକ ସେ ବିଷୟରେ ଆଲୋକପାତ କରିବା ସହିତ ସମାଜସେବାର ସଜ୍ଞାକୁ ବ୍ଯାପକ ଭାବରେ ଆଲୋଚନା ଓ ପର୍ଯ୍ଯାଲୋଚନା କରିଥିଲେ। ଅନ୍ଯତମ ଆଲୋଚକ ଭାବେ ଗଣିଆ ଉନୟନ କମିଟିର ସଭାପତି ଉଷାରାଣୀ ପଟ୍ଟନାୟକ, ନୟାଗଡ଼ କ୍ଳବର ସଭାପତି ଅଶୋକ କୁମାର ନାୟକ, ବରିଷ୍ଠ ଶିକ୍ଷାବିତ୍ ହରିହର ପାତ୍ର, କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ, ନୟାଗଡ଼ ର ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ, ୟୁନିଟେକ୍ କଲେଜର ଚେୟାରମ୍ୟାନ ପ୍ରଦୀପ କୁମାର ପ୍ରୁଷ୍ଟି, ସୋହମ୍ ସାମାଜିକ ଅନୁଷ୍ଠାନର ସଂପାଦକ କାମାକ୍ଷା ପ୍ରସାଦ ଦାସ, ବରିଷ୍ଠ ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଓ ପ୍ରକୃତିବନ୍ଧୁ ଅନାଦି ଚରଣ ମହାନ୍ତି ଯୋଗଦେଇ ଉତ୍କ୍ରୁଷ୍ଟ ସମାଜ ଗଠନ କରିବା ପାଇଁ ସମାଜସେବୀ ମାନେ କେଉଁ କେଉଁ କ୍ଷେତ୍ରରେ ସଚେତନତା ବାର୍ତ୍ତା ଗ୍ରହଣ କରି ଅନ୍ଯ ମାନଙ୍କୁ ପ୍ରବର୍ତ୍ତାଇବା ଦରକାର ସେ ବିଷୟରେ ନିଜ ନିଜର ମତାମତ ରଖିଥିଲେ। ଅସହାୟ ମାନଙ୍କ ପାଇଁ ଅହରହ ଚିନ୍ତା କରି ଦେବଦୂତ ଭୂମିକା ନିର୍ବାହ କରୁଥିବା ଦେବଦୂତ ସେବା ପରିଷଦର ୫୦ ଜଣ ସ୍ବେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଆଜିକା ଦିନରେ କୌଣସି ପରିବାରର କେହି ଯଦି ପ୍ରାଣ ତ୍ଯାଗ କରନ୍ତି ତାଙ୍କର ଶବ ସତ୍କାର ପାଇଁ ସାଇପଡୋଶୀ ଭାଇ ବନ୍ଧୁ କୁଟୁମ୍ବ ମାନେ ମଦ୍ଯପାନ କରିବାକୁ ଅଡି ବସୁଥିବା ବେଳେ ଏହି ପରିଷଦର କର୍ମକର୍ତ୍ତାଗଣ ଦୁଃଖିରଙ୍କୀ ନିଃସହାୟ ମାନଙ୍କର ଶବ ସତ୍କାର କରିବା ପାଇଁ ଧାଇଁ ଆସନ୍ତି।

ରାସ୍ତାରେ କୌଣସି ଗାଈଗୋରୁଙ୍କ ଦୁର୍ଘଟଣା ହେଲେ ଏହି ପରିଷଦର କର୍ମକର୍ତ୍ତାଗଣ ସେଠାରେ ପହଞ୍ଚି ଦେବଦୂତ ଭଳି ସେବା କରନ୍ତି। ଏହିଭଳି ମହନୀୟ କାର୍ଯ୍ୟ କରୁଥିବା ଦେବଦୂତ ସେବା ପରିଷଦର ସମସ୍ତ କର୍ମକର୍ତ୍ତା ମାନଙ୍କୁ ବିଦ୍ଯାଳୟ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇ ଥିଲା। ଆଜିର ଏହି ଆଲୋଚନା ଚକ୍ର ସମାଜସେବା କ୍ଷେତ୍ରରେ ଆମକୁ ଅନେକ ଦିଶା ଦେଇଛି ବୋଲି ଦେବଦୂତ ସେବା ପରିଷଦର କର୍ମକର୍ତ୍ତା ମାନେ ମତାମତ ରଖିବା ସହିତ ଆଗାମୀ ଦିନରେ ସେବାକାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଆଜିର ଆଲୋଚନା ଚକ୍ର ଆମକୁ ପ୍ରେରଣା ଦେଇଛି ବୋଲି ପରିଷଦର ସଦସ୍ଯ ମାନେ କହିଥିଲେ।ପରିଶେଷରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha February 22, 2026 February 22, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ଏକ ଅପୂରଣୀୟ ଶୂନ୍ୟତା

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?