ନୟାଗଡ଼, (ଓଡ଼ିଶା ଲେଖା): କଲେଜ୍ ଛାତ୍ରଙ୍କୁ ମାଡ଼ ମାରି ଚର୍ଚ୍ଚାରେ ଅଧ୍ୟାପକ। ଥାନାର ଦ୍ବାରସ୍ଥ ହେଲେ ଛାତ୍ର ଓ ଅଭିଭାବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ମହାବିଦ୍ୟାଳୟରେ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ମହାବିଦ୍ୟାଳୟର ଯୁକ୍ତ ୨ଛାତ୍ର ଆଶିଷ ରଂଜନ ପ୍ରଧାନଙ୍କୁ ଜଣେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିବା କରିବା ସହ ଛାତ୍ରକୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି। ଏନେଇ ଛାତ୍ରଙ୍କ ପରିବାର ନୂଆଗାଁ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଗୁରୁତ୍ବ ଦେବା ସହ ଘଟଣା ସଂମ୍ପର୍କରେ ତନାଘନା ଆରମ୍ଭ କରିଛି।


