ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଲାଗିଥିଲା ସାଇ ପ୍ରସାଦ ଖାଦ୍ୟ ରଥ। ପହଞ୍ଚିଥିଲେ ନୟାଗଡ଼ ଜିଲ୍ଲାର ଲୋକ ପ୍ରିୟ ଜିଲ୍ଲାପାଳ ମଧୁମିତା ରଥ। ସାଇ ପ୍ରସାଦ ରଥ ଉଦ୍ୟକ୍ତା ବିଭୂତି ଭୂଷଣ ପଟ୍ଟନାୟକ ( ଚିକୁ ଭାଇ)ଙ୍କ ଏହି ଗରିବ ସେବା କାର୍ଯ୍ୟକୁ ଜିଲ୍ଲାପାଳ ଶ୍ରୀମତୀ ରଥ ପ୍ରଶଂସା କରିଥିଲେ। ସାଇ ପ୍ରସାଦ ରଥ ପାଖରେ ଲୋକ ମାନଙ୍କ ଧାଡ଼ି ଠିଆ ହେବାର ଦେଖି ଆଶ୍ଚର୍ଯ୍ୟ ହେବା ସହ ସାଇ ପ୍ରସାଦ ରଥର ପ୍ରସାଦ ଜିଲ୍ଲାପାଳ ନିଜ ହାତରେ ବାଢ଼ିଦେଇ ଜଣଙ୍କ ପରେ ଜଣ ହାତକୁ ବଢାଇ ଦେଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ସମାଜସେବୀ ସନ୍ତୋଷ କୁମାର ଷଡ଼ଙ୍ଗୀ, ସାମ୍ବାଦିକ ବିଭୁତି ଭୂଷଣ ପଟ୍ଟନାୟକ, ଧିରେନ୍ଦ୍ର କୁମାର ପଟ୍ଟନାୟକ, ଗୌରୀଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ନୟାଗଡ଼ ପୁରୁଣା ସହର ନିବାସୀ ସମାଜସେବୀ ଚିକୁ ଭାଇ ଅନେକ ବର୍ଷ ହେଲା ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ପ୍ରତ୍ୟେକ ଶନିବାର, ରବିବାର ଓ ସଂକ୍ରାନ୍ତି ଦିନ ପ୍ରାୟ ୨ଶହ ଲୋକଙ୍କ ପାଇଁ ସେ ଖାଦ୍ୟ ପ୍ରସ୍ତୁତ କରି ନିଶୁଳ୍କ ମୂଲ୍ୟରେ ବଣ୍ଟନ କରିଥାନ୍ତି ।


