ନୟାଗଡ଼, (ଓଡ଼ିଶା ଲେଖା): ଫେବୃୟାରୀ ୧୦ତାରିଖ ତାଙ୍କ ଜନ୍ମଦିନର ଏକ ସ୍ମରଣୀୟ ଦିନ। ଦୈନଦିନ ବ୍ୟସ୍ତତା କାର୍ଯ୍ୟ ଭିତରୁ କିଛି ସମୟ ବାହାର କରି ଜନ୍ମଦିନ ଦିବସକୁ ଏକ ଭିନ୍ନ ଢ଼ଙ୍ଗରେ ପାଳନ କରିବା ପାଇଁ ପ୍ରୟାସ କରିଛନ୍ତି ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ଵାଇଁ। ପ୍ରଶାସନିକ ବିଭାଗରେ ନିଯୁକ୍ତ ହୋଇ, ସେ ନିରାଶ୍ରୟଙ୍କ ପାଦ ଛୁଇଁ ଜୀବନର ଶ୍ରେଷ୍ଠ ଆର୍ଶୀବାଦ ଗ୍ରହଣ କରିଛନ୍ତି । ସୂଚନାନୁସାରେ, ନୟାଗଡ଼ ତହସିଲରେ କାର୍ଯ୍ୟରତ ତହସିଲଦାର ରାଜେଶ କେଶରୀ ସ୍ୱାଇଁଙ୍କ ଫେବୃୟାରୀ ୧୦ତାରିଖ ମଙ୍ଗଳ ବାର ଭିନ୍ନ ଭାବରେ ଜନ୍ମଦିନକୁ ପାଳନ କରିଛନ୍ତି। ଲେଖନପୁର ନିକଟରେ ଥିବା ନୟାଗଡ଼ ସମର୍ପଣ ପରିସରରେ ପହଞ୍ଚିଥିଲେ ତହସିଲଦାର ଶ୍ରୀଯୁକ୍ତ ସ୍ଵାଇଁ ଓ ଧର୍ମପତ୍ନୀ ଡ଼ ପ୍ରଜ୍ଞା ଦାସ।

ଉଭୟ ଦମ୍ପତି ସମର୍ପଣରେ ରହୁଥିବା ନିରାଶ୍ରୟ ବୟସ୍କ ବ୍ୟକ୍ତି ଓ ବୟସ୍କା ମହିଳାଙ୍କ ପାଦ ଛୁଇଁ ଆର୍ଶୀବାଦ ଗ୍ରହଣ କରିବା ସହ ସମସ୍ତଙ୍କୁ ମିଷ୍ଠାନ ଓ ମଶାରୀ ବଣ୍ଟନ କରିଥିଲେ। ଏବଂ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ ଶ୍ରୀଯୁକ୍ତ ସ୍ଵାଇଁ। ନିରାଶ୍ରୟ ମାନଙ୍କ ଭଲପାଇବା ଓ ସ୍ନେହ ଆନନ୍ଦରେ ବନ୍ଧା ହୋଇଥିଲେ ତହସିଲଦାର ଶ୍ରୀଯୁକ୍ତ ସ୍ଵାଇଁ। ଜନ୍ମଦିନର ଏହି କାର୍ଯ୍ୟକ୍ରମରେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ସମର୍ପଣ ସଂପାଦକ ଶ୍ରୀଧର ସାହୁ ଏବଂ ସଭ୍ୟ ଧିରେନ୍ଦ୍ର କୁମାର ପଟ୍ଟନାୟକ। ବିବାହ ବାର୍ଷିକୀକୁ ଆସିବେ ବୋଲି ଅନ୍ତେବାସୀଙ୍କୁ କଥା ଦେଇଥିଲେ ତହସିଲଦାର ଶ୍ରୀଯୁକ୍ତ ସ୍ବାଇଁ । ତହସିଲଦାରଙ୍କୁ ଅତି ନିକଟରେ ପାଇଁ ଅନ୍ତେବାସୀ ମାନେ ନିଜର ଖୁସି ଜାହିର କରିଥିଲେ। ସମର୍ପଣରେ ଜନ୍ମଦିନ ପାଳନ କରିବାକୁ ଏକ ସ୍ମରଣୀୟ ଦିନ ଭାବରେ ହୃଦୟ କ୍ୟାଲେଣ୍ଡରରେ ସ୍ଥାନୀୟ କରିଛନ୍ତି ନୟାଗଡ଼ ତହସିଲଦାର ଶ୍ରୀଯୁକ୍ତ ସ୍ଵାଇଁ।

