ଭୁବନେଶ୍ୱର, (ଓଡ଼ିଶା ଲେଖା ବ୍ୟୁରୋ): ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପରାମର୍ଶ କ୍ରମେ ଓଡ଼ିଶାରେ କଂଗ୍ରେସର ଜିଲ୍ଲା ସଭାପତି ଚୟନ କରିବା ପାଇଁ ୩୫ଜଣିଆ ପର୍ଯ୍ୟବେକ୍ଷକ ଦାୟୀତ୍ୱ ଦେଇଛି ଏଆଇସିସି । ଏଆଇସିସି ଏନେଇ ୪ଟି ରାଜ୍ୟର ଜିଲ୍ଲା ସଭାପତି ଚୟନ କରିବା ପାଇଁ ପର୍ଯ୍ୟବେକ୍ଷକ ଟିମ ଗଠନ କରିଛି । ଓଡ଼ିଶା ସମେତ ପଞ୍ଜାବ, ଉତରାଖଣ୍ଡ, ଝାରଖଣ୍ଡ ରାଜ୍ୟକୁ ଗସ୍ତ କରିବେ ପର୍ଯ୍ୟବେକ୍ଷକ ଏବଂ ବିଭିନ୍ନ ଦିଗକୁ ସମୀକ୍ଷା କରିବା ପରେ ଉକ୍ତ ରାଜ୍ୟରେ ଥିବା ଜିଲ୍ଲା ଗୁଡିକରେ ଜିଲ୍ଲା ସଭାପତି ଚୟନ କରିବେ ବୋଲି ଜଣାପଡ଼ିଛି । ଓଡ଼ିଶାରେ ତୃଣ ମୂଳରେ ସୁଦୃଢ କରିବା ଏଆଇସିସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ସେଥିପାଇଁ ଓଡ଼ିଶାରେ କଂଗ୍ରେସର ଜିଲ୍ଲା ସଭାପତି ପାଇଁ ୩୫ଜଣିଆ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।


