ନୟାଗଡ଼, (ଓଡ଼ିଶା ଲେଖା): ଓଡ଼ିଆ ଅସ୍ମିତା ନାରା ଦେଇ ଗାଦି ହାସଲ କରିଥିବା ରାଜ୍ୟ ସରକାର କିଛି ନୂଆ ପଦକ୍ଷେପ ନେଇଛନ୍ତି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ସ୍ଵାଗତ କରଯାଇଥିବା ବେଳେ ଆଉ କିଛି ଜାଗାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓଡ଼ିଶାର ୨୪ଟି ସ୍ଥାନର ଇଂରାଜୀ ନାମ କାରଣରେ ସଂଶୋଧନ କରଯାଇଛି। ତେବେ ସେହି ସ୍ଥାନ ଗୁଡ଼ିକ ମଧ୍ୟରେ ନୟାଗଡ଼ ଜିଲ୍ଲା ମଧ୍ୟ ସାମିଲ ଅଛି। ପୂର୍ବରୁ ଇଂରାଜୀ ଅକ୍ଷରରେ ନୟାଗର(NAYAGARH) ଲେଖା ହେଉଥିଲା। ଯାହାକୁ ବର୍ତ୍ତମାନର ରାଜ୍ୟ ସରକାର ସଂଶୋଧନ କରି ନୟାଗଡ଼ (NAYAGADA) ଲେଖିବା ପାଇଁ କଡ଼ା ନିର୍ଦ୍ଦେଶ ନାମା ଜାରି କରାଯାଇଛି । ସେହିପରି ଦଶପଲ (DASPALLA) ରେ ଲେଖା ଯାଇଥିବା ଇଂରାଜୀ ନାମକୁ ସଂଶୋଧନ କରାଯାଇ ଦଶପଲ୍ଲା(DASHAPALLA) କରିଛନ୍ତି ରାଜ୍ୟ ସରକାର। ତେଣୁ ଏହି ଲେଖାକୁ ଯଥାଶୀଘ୍ର ଲେଖିବା ଓ ପାଳନ କରିବା କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।


