ନରସିଂହପୁର, (ଓଡ଼ିଶା ଲେଖା): ନରସିଂହପୁର ବ୍ଲକ ଅନ୍ତର୍ଗତ ଗଣେଶ୍ୱର ବିଦ୍ୟାପୀଠ ଫୁଲପଡା ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ “ବିଶ୍ୱ ଆର୍ଦ୍ର ଭୂମି ଦିବସ” ପାଳନ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କରୁଣାକର ଶତୃସଲ ପୌରହିତ୍ୟ କରିଥିବା ବେଳେ ନରସିଂହପୁର ପୂର୍ବାଞ୍ଚଳ ବନ ଅଧିକାରୀ କୁଳେଶ ଚନ୍ଦ୍ର ସାହୁ, ରେଞ୍ଜର ଅନୁପ କୁମାର ଜେସ, ଫରେଷ୍ଟର ଶରତ ଚନ୍ଦ୍ର ସାହୁ, ମଧୁସ୍ମିତା ଶର୍ମା , ବିଜ୍ଞାନ ଶିକ୍ଷକ ସୁବାସ ଚନ୍ଦ୍ର ମିଶ୍ର ପ୍ରମୁଖ ଜଳ ଓ ଆର୍ଦ୍ର ଭୂମି ର ସୁରକ୍ଷା ତଥା ସଂରକ୍ଷଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଶଙ୍ଖାଳି ବେହେରା, ଗୋପୀନାଥ ବେହେରା,ଶିକ୍ଷକ ରଞ୍ଜନ ରଶ୍ମୀ ବେହେରା, ରାମଚନ୍ଦ୍ର ମନ୍ତ୍ରୀ, ଶ୍ରୀଧର ୟୁପି ସ୍କୁଲ୍ ର ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ସାହୁ, ଅରୁଣ କୁମାର ଦେହୁରୀ, ପ୍ରମୋଦ କୁମାର ବେହେରା,ଯଦୁନାଥ ବେହେରା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଉଭୟ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଶିକ୍ଷକ ଅରୁଣ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


