ନୟାଗଡ଼, (ଓଡ଼ିଶା ଲେଖା): ଚଳିତ ବର୍ଷ ଶିକ୍ଷା ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆଣିଥିଲେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ l ସ୍ୱାଧୀନତା ଦିବସରେ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନରେ ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଗଣ ଶିକ୍ଷା ବିଭାଗ l କିନ୍ତୁ ସ୍ୱାଧୀନତା ଦିବସରେ ନିର୍ଦ୍ଦେଶକୁ ଫୁ କରିଦେଇଛନ୍ତି ନୟାଗଡ଼ ଜିଲ୍ଲାରେ ଥିବା ଅନେକ ବିଦ୍ୟାଳୟ lସ୍ୱାଧୀନତା ଦିବସରେ ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ଆସିଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନ ନଖାଇ ସେଉ ବୁନ୍ଦିଆ ଖାଇ ଘରକୁ ଫେରିଥିବା ଜଣାପଡିଛି l ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ନକରି ଏହାର ଅର୍ଥ ବାଟ ମାରାଣ ନିତୀ ଆପଣେଇବା ଭଳି ଦୃଶ୍ୟମାନ ହେଉଛି l ଏହାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରିବା ସହ ଗଣ ଶିକ୍ଷା ବିଭାଗର ନିୟମ ମାନି ନଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l ସେପଟେ ଜିଲ୍ଲାପାଳ ଏହା ଉପରେ ନଜର ରଖିଛନ୍ତି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିବା ଜଣାପଡିଛି l


