ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଜଣେ ସଫଳ ଓ ପ୍ରଭାବୀ ରାଜନେତା ଭାବରେ ପରିଚିତ, ଚର୍ଜିତ ଓ ପ୍ରଶଂସିତ । ତାଙ୍କ ଚିନ୍ତନ, ମନନ, ଅନୁଧ୍ୟାନ, ଅନୁଶୀଳନ ଓ ବିଶ୍ଳେଷଣ ପାଇଁ ସେ ଭିଡ଼ ଭିତରେ ଭିନ୍ନ ଓ ଅନନ୍ୟ । ନିଜକୁ ଓ ସମସ୍ତଙ୍କୁ ପ୍ରଶ୍ନ ପଚାରିବାର ପ୍ରବଣତା ମଧ୍ଯରେ ଅଛି ଉତ୍ତର ଖୋଜିବାର ବ୍ୟାକୁଳତା । ସେ ସମସ୍ୟାର କେବଳ ଆବିଷ୍କାର, ଆକଳନ ଓ ବ୍ୟବଚ୍ଛେଦ କରନ୍ତି ନାହିଁ, ସେ ମଧ୍ଯ ସମସ୍ୟାର ଗୁଣସୂତ୍ର ନିର୍ଣ୍ଣୟ କରନ୍ତି ଓ ସେ ଆଧାରରେ ଅହର୍ନିଶ ତାଙ୍କ ସୃଜନର ଜୈବିକ ଅଂଶବିଶେଷ । ତାଙ୍କ ଉତ୍ତୋଳିତ ଦୃଶ୍ୟ ଭିନ୍ନ ଲାଗେ, କାରଣ ନିଜ କୋଣ ସେ ନିଜେ ଚୟନ କରନ୍ତି। ଅନୁସଂଧୂତ୍ସା ତାଙ୍କ ଦର୍ଶନର ଆତ୍ମା ଓ ଅବୟବ । ତତ୍ତ୍ଵ ଭିତ୍ତିକ ଉପନ୍ୟାସ ‘ପୀଡ଼ା’ ହୁଏତ ଗଦ୍ୟର ସଂ ସଂଭାର ହୋଇପାରେ; କିନ୍ତୁ ବାସ୍ତବରେ ଏହା ତାଙ୍କ ଲୁହ କୋହର କାବ୍ୟ । ମାନବୀୟ ପ୍ରେମର ପ୍ରତିରୂପ। ଅଂଧକୁ ଚକ୍ଷୁଷ୍ମାନ କରିବାର ମନ୍ତ୍ର। ସମୟ ସାମ୍ନାରେ ଏକ ଦର୍ପଣ । ‘ପୀଡ଼ା’ରେ ଅଛି ସାମୂହିକ ଆହ୍ବାନ କ୍ଷମତାର ଈଶ୍ୱରଙ୍କ ଉଦ୍ଦେଶ୍ୟରେ । ସେମାନେ ଶୁଣିବେ ତ ! ଏହାକୁ ଏନେଇ ଡ଼ ସାହୁ ଲେଖିଥିବା ପୁସ୍ତକ ‘ପୀଡ଼ା’ ନବଦିଗନ୍ତ ପ୍ରକାଶନ ମାଧ୍ୟମରେ ଆସନ୍ତା କାଲି ଫେବୃୟାରୀ ୨ ତାରିଖ ସନ୍ଧ୍ୟା ୬ଟା ସମୟରେ ଭୁବନେଶ୍ଵର ରବିନ୍ଦ୍ର ମଣ୍ଡପ ନିକଟରେ ଥିବା ଉତ୍କଳ ମଣ୍ଡପ ପରିସରରେ ଉନ୍ମୋଚନ ହେବାକୁ ଯାଉଛି। ଡ଼ ସାହୁଙ୍କ ପୁସ୍ତକ ‘ପୀଡ଼ା’ ସହିତ ଶୀତୁଆ ସନ୍ଧ୍ୟା ଗୀତ ଏବଂ ଚିତ୍ର ଲୋକାର୍ପଣ ହେବାକୁ ଯାଉଛି। ଏହି ଲୋକାର୍ପଣ ଉତ୍ସବ ସାମିଲ ହୁଅନ୍ତୁ ଏବଂ ତତ୍ତ୍ଵ ଭିତ୍ତିକ ଉପନ୍ୟାସ ରେ ଡ଼ ସାହୁ କଣ ଲେଖଛନ୍ତି। ରାଜ୍ୟ ରାଜନୀତି ସହ ଡ଼ ସାହୁ ତତ୍ତ୍ଵ ଭିତ୍ତିକ ଉପନ୍ୟାସ ପୀଡ଼ା ବେଶ୍ ଖୋରାକ୍ ଯୋଗାଇ ବୋଲି ମନେ ହେଉଛି। ତତ୍ତ୍ଵ ଭିତ୍ତିକ ଉପନ୍ୟାସ ପୀଡ଼ା ଓ ଗୀତ ଚିତ୍ର ଶୀତୁଆ ସଂଧ୍ୟା ଲୋକାର୍ପଣ ଉତ୍ସବ ପୂର୍ବରୁ ଓଡ଼ିଶା ଲେଖା ପରିବାର ତରଫରୁ ଡ଼ ସାହୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।


