ନରସିଂହପୁର, (ଓଡ଼ିଶା ଲେଖା): କଟକ ପୋଲିସରେ ବଡ଼ ଧରଣର ଅଦଳ ବଦଳ ହେବା ପରେ ଆଜି ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ନରସିଂହପୁର ଓ କାନପୁର ଥାନା ଦ୍ୱୟର ନୂତନ ଆଇଆଇସି। ତେବେ କିଛି ଦିନ ତଳେ ନରସିଂହପୁର ଥାନାରେ ତପନ କୁମାର ପତିକୁ ନିଯୁକ୍ତ କରାଯାଇଥିବା ବେଳେ କାନପୁର ଥାନରେ ସୁଶୀଲ କୁମାର ନାୟକଙ୍କୁ ନିଯୁକ୍ତ କରାଯାଇଥିଲା। ଉଭୟ ଆଇଆଇସି ନରସିଂହପୁର ଓ କାନପୁର ଥାନାରେ ପହଞ୍ଚି ଆଇଆଇସି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ କରିବା ପରେ ଥାନାର କର୍ମଚାରୀ ଓ ବୁଦ୍ଧିଜୀବୀ ମାନେ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ ସ୍ଵାଗତ କରିଛନ୍ତି। ତେବେ ନୂତନ ଆଇଆଇସି ତପନ କୁମାର ପତି ଓ କାନପୁର ଥାନାର ନୂତନ ଆଇଆଇସି ସୁଶୀଲ କୁମାର ନାୟକଙ୍କୁ ନରସିଂହପୁର ଅଞ୍ଚଳର ମୁକ୍ତି ସଂଗଠନର ସଭାପତି ସୁଶାନ୍ତ କୁମାର ମହାନ୍ତିଙ୍କ ସହ ସଦସ୍ୟ ମାନେ ଶୁଭେଚ୍ଛା ଜଣାଇବା ସହ ସୌଜନ୍ୟ ମୂଳକ ସାକ୍ଷାତ କରି ନରସିଂହପୁର ଓ କାନପୁର ଥାନା ଅଞ୍ଚଳରେ କିପରି ଆଇନ୍ ଶୃଙ୍ଖଳା ପରିସ୍ଥିତି କିପରି ସୁଧାର ଆସିବ ଓ ଅପରାଧ ରୋକାଯାଇ ପାରିବ ସେ ନେଇ ଆଲୋଚନା କରିଥିବା ଜଣାପଡ଼ିଛି।


