ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ପାଳିତ ହୋଇଯାଇଛି “ଜାତୀୟ ଶିଶୁକନ୍ୟା ଦିବସ”। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅବନ୍ତୀ ବେହେରାଙ୍କ ନିର୍ଦେଶ କ୍ରମେ ଅଷ୍ଟମରୁ ଦଶମ ସମସ୍ତ ଛାତ୍ରୀଙ୍କ ସହିତ ନବମ ଦଶମ ଛାତ୍ରଙ୍କୁ ଦେଇ ବିଦ୍ୟାଳୟରେ ପାଳିତ ହୋଇଥିଲା ଏ ଦିବସ।

ବର୍ତ୍ତମାନ ସମୟରେ ବାଲ୍ୟବିବାହ କୁ ରୋକିବା ବାଳିକା ଶିକ୍ଷା ପାଇଁ ଅଧିକରୁ ଅଧିକ ସଚେତନତା କରାଇବା ତଥା ଏହି ବୟସରେ ଅଧିକ ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ସ୍ୱାସ୍ଥ୍ୟ ରକ୍ଷା, ପ୍ରତ୍ୟେକ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟମାନଙ୍କରେ ବର୍ଷକୁ ୩ ଥର ଦିଆଯାଉଥିବା ଆତ୍ମରକ୍ଷା କୌଶଳକୁ ସଠିକ ସମୟରେ ବ୍ୟବହାର କରିବା, ନିଜ ସାହି/ଗାଁର ଅଧାରୁ ପାଠ ଛାଡୁଥିବା ୧୮ ବର୍ଷରୁ କମ ବୟସର ବାଳିକା ସହିତ ବାଳକ ମାନଙ୍କୁ ମାଗଣାରେ ରାଜ୍ୟ ମୁକ୍ତ ବିଦ୍ୟାଳୟ, ଓଡିଶା ତଥା ବହୁବୃତ୍ତି ଶିଳ୍ପ ତାଲିମ କେନ୍ଦ୍ର, ଓଡଗାଁ ନୟାଗଡ଼ ରେ ନାମ ଲେଖାଇବା ପରି ସରକାରୀ ସୁବିଧା ଗୁଡିକ ବିଷୟରେ ପିଲାଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ବୁଝାଇଥିଲେ। ଖାଲି ସେତିକି ନୁହେଁ ପୁଅମାନଙ୍କୁ ମଧ୍ୟ ଘରେ ନିଜ ମା’, ଭଉଣୀ ଙ୍କୁ ଉତ୍ତମ ବ୍ୟବହାର ଦେଖାଇଲା ଭଳି ବାହାରେ ଝିଅମାନଙ୍କୁ ସମ୍ମାନ ଦେଖାଇବା ସାଙ୍ଗଙ୍କୁ ବିପଦରେ ସାହାଯ୍ୟ କରିବା ପାଇଁ ମଧ୍ୟ କୁହାଯାଇଥିଲା।

ସର୍ବ ଶେଷରେ ଝିଅଙ୍କୁ ପାଠପଢାରୁ ବଞ୍ଚିତ ନକରିବା ସହିତ ବାଲ୍ୟ ବିବାହକୁ ନାଁ କରିବା ପାଇଁ ସଚେତନ ସୃଷ୍ଟି କରିବାକୁ ସବୁପିଲାଙ୍କୁ ନେଇ ଶପଥ ପାଠ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ସୁନିତା ବେହେରା, ବିଜୟାଲଷ୍ମୀ ଦଳେଇ, ପଦ୍ମିନୀ ନାୟକ, ଶିକ୍ଷକ ରାଧାଗୋବିନ୍ଦ ନାୟକ, ସୂର୍ଯ୍ୟମଣୀ ନାୟକ, ଆଲୋକ ନାୟକ, ଖୋଗେଶ୍ୱର ବେହେରା ଓ ବିଶ୍ୱଜିତ ନାୟକ ସହଯୋଗ କରିଥିଲେ।


