Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ପାନୀୟ ଜଳ ପାଇଁ ରାସ୍ତା ଅବରୋଧ:ଦୀର୍ଘସମୟ ପରେ ହଟିଲା ରାସ୍ତା ଅବରୋଧ

Published January 24, 2026 ଆଞ୍ଚଳିକ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଦୀର୍ଘ ସମୟ ପରେ ହଟିଲା ଜାତୀୟ ରାଜପଥ ଅବରୋଧ। ଜିଲ୍ଲାପାଳ ନ ଆସିଲେ ଉଠିବୁ ନାହିଁ ବୋଲି ଅଡ଼ିବସିଥିଲେ ଲୋକେ। ସୂଚନାନୁସାରେ,  ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ଗ୍ରାମ ପଂଚାୟତର ରଥିପୁର, ଗୋପାଳପୁର, ଟାକରା ମୌଜାର ଜନସାଧାରଣ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ଉପରେ ସ୍ଥାନୀୟ ଗୋପାଳପୁର ମୌଜା ଠାରେ ଏକ ଗଳାରାସ୍ତା ନିର୍ମାଣ କରିବା ପାଇଁ ଦୀର୍ଘ ୧ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଦାବୀ କରି ଆସୁଥିଲେ ସୁଦ୍ଧା କେହି ଶୁଣୁନଥିବା ଅଭିଯୋଗ କରି ଆଜି ଦୀର୍ଘ ସମୟ ଜାତୀୟ ରାଜପଥ ଅବରୋଧ କରି ବସିଥିଲେ । କାରଣ ରେଳଧାରଣାର ଅପରପାର୍ଶ୍ଵରେ ବୃତଙ୍ଗ ନଦୀ, ୩ଗୋଟି ଗ୍ରାମକୁ ପାନୀୟ ଜଳ ଯୋଗାଉଥିବା ପମ୍ପ ହାଉସ, ଗ୍ରାମ ଶ୍ମଶାନ, ଗାଈଗୋରୁ ଚରୁଥିବା ସ୍ଥାନ ରହିଥିଲା। ରେଳଧାରଣା ନିର୍ମାଣ ହେବା ପୂର୍ବରୁ ଏସବୁ ଅଭିଯୋଗ କରି ଆସୁଥିଲେ ହେଁ ଏଯାବତ୍ ଅଭିଯୋଗର କାର୍ଯ୍ୟକାରୀ ନ ହେବା ସହ ପମ୍ପହାଉସର କିଛି ଯନ୍ତ୍ରାଂଶ ଖରାପ ହୋଇଯିବାରୁ ୪ଦିନ ହେବ ପାଣି ପାଇବାରୁ ବଞ୍ଚିତ ହୋଇଥିଲେ ସ୍ଥାନୀୟ ଲୋକେ । ପରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉପରେ ବର୍ଷିବା ସହିତ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଦଶପଲ୍ଲା ଅତିରିକ୍ତ ତହସିଲଦାର ଚନ୍ଦ୍ରଶେଖର ବାରିକ ପହଞ୍ଚି ବୁଝାସୁଝା କରିଥିବାବେଳେ ଅବରୋଧ ହଟିନଥିଲା । ସମସ୍ୟାର ସମାଧାନ ପାଈଁ ଲିଖିତ ପ୍ରତିଶ୍ରୁତି ଦେବାସହ ଜିଲ୍ଲାପାଳ ଏଠାକୁ ଆସନ୍ତୁ ଏବଂ ଅଭିଯୋଗର ୧ ବର୍ଷ ପରେ ହୋଇଯାଇଥିଲେ ବି ଆଜିଯାଏଁ କାହିଁକି ପ୍ରଶାସନ ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ ନେଇନଥିଲେ, ଯେଉଁଥିପାଇଁ ଆମେ ରାଜରାସ୍ତାରେ ବସିବାକୁ ପଡ଼ିଲା ବୋଲି ପ୍ରଶ୍ନ କରିଥିଲେ ଲୋକେ।ପରେ ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଲୋକଙ୍କ ସମସ୍ୟାର ଖୁବଶିଘ୍ର ସମାଧାନ ହେବ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ବାରିକ କହିଛନ୍ତି । ଯଦି ତୁରନ୍ତ ସମାଧାନ ନ ହୁଏ ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ଜଣାପଡ଼ିଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha January 24, 2026 January 24, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଛାତ୍ର ସଂସଦ ନିର୍ବାଚନ ହିଂସା:ଗୁରୁତର ଆହତ କଂଗ୍ରେସ କର୍ମୀ ପ୍ରହଲ୍ଲାଦଙ୍କୁ ଭେଟିଲେ ଅରୁଣ ସାହୁ
ଜିଲ୍ଲା ଖବର
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବର

କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ

Odisha Lekha October 16, 2026
ଆଞ୍ଚଳିକ ଖବର

ନୟାଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର:୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ

Odisha Lekha October 13, 2026
ଆଞ୍ଚଳିକ ଖବର

ନୟାଗଡ଼ରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୦୭ତମ ଜୟନ୍ତୀ ପାଳିତ:ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ସାହିତ୍ୟପ୍ରେମୀ

Odisha Lekha October 12, 2026
ଆଞ୍ଚଳିକ ଖବର

ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୋମାମାଡ଼: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା :ପୋଲିସର ତଦନ୍ତ ଆରମ୍ଭ

Odisha Lekha October 11, 2026
ଆଞ୍ଚଳିକ ଖବର

ଛାତ୍ର ସଂସଦ ନିର୍ବାଚନ ବାତିଲ,କ୍ୟାମ୍ପସ ଗଣତନ୍ତ୍ରର ହତ୍ୟା: କଂଗ୍ରେସ

Odisha Lekha October 10, 2026
ଆଞ୍ଚଳିକ ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ସହିଦ କଷ୍ଟି ଡାକୁଆଙ୍କ ସହିଦ ଦିବସ ପାଳିତ:ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦର୍ଷ ନେତା ଥିଲେ କଷ୍ଟି ଡାକୁଆ

Odisha Lekha October 10, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?