ଓଡ଼ିଶା ଲେଖା ବ୍ୟୁରୋ: ସମସ୍ତ ଡିଜିଟାଲ ଗଣମାଧ୍ୟମ ଠାରୁ କିଛି ଅଲଗା ଓ ଟିକେ ନିଆରା l ଓଡ଼ିଶାବାସୀଙ୍କ ପାଇଁ ସଠିକ୍ ଖବର ପ୍ରସାରଣ କରିବା ଲକ୍ଷ୍ୟ ନେଇ ଆଜି ପବିତ୍ର ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀ ଦିନ “ଓଡ଼ିଶା ଲେଖା” ନ୍ୟୁଜ ୱେବସାଇଟ ଲୋକାର୍ପିତ ହୋଇଯାଇଛି। ଓଡ଼ିଶାର କୋଣ ଅନୁକୋଣରେ ଘଟୁଥିବା ଘଟଣା, ଅଘଟଣା ଓ ପ୍ରଶାସନର ନଜର ଆଢ଼ୁଆଳରେ ରହିଯାଇଥିବା ଖବର ପ୍ରସାରଣ କରିବା ଏହାର ମୂଳଲକ୍ଷ୍ୟ ରହିବ। ଉଡା ଖବର ଠାରୁ ଦୂରେଇ ରହି ଗଠନମୂଳକ ଖବର ପ୍ରସାରଣ କରିବା “ଓଡ଼ିଶା ଲେଖା”ର ମୂଳ ଲକ୍ଷ୍ୟ ହେବ। ଓଡ଼ିଶା ଲେଖା ଡିଜିଟାଲ ପୋର୍ଟାଲ ଉପଲବ୍ଧ ହୋଇଥିବା ବେଳେ ଖୁବଶୀଘ୍ର ଫେସବୁକ, ୟୁଟ୍ୟୁବ, ଇନଷ୍ଟାଗ୍ରାମ ଓ ଏକ୍ସ ରେ ଉପଲବ୍ଧ ହେବ l


