ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଚାନକ ଦଶପଲ୍ଲା ଗସ୍ତ। ଆଜି ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ରଥ ଦଶପଲ୍ଲା ତହସିଲ ଅର୍ନ୍ତଗତ ବୁଗୁଡ଼ା, ଟାକେରା, ଗୋପାଳପୁର ଓ ଝିଣ୍ଟିକାବାରୀ ଗ୍ରାମ ପରିଦର୍ଶନରେ ଯାଇ ସେଠାରେ ଖୋର୍ଦ୍ଧା ରୋଡ ବଲାଙ୍ଗୀର ରେଳ ଚଳାଚଳ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କିତ ସମସ୍ୟା ନେଇ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ।

କ୍ଷତି ପୂରଣ ନପାଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ ହେବା ଜାଣିବା ପରେ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ପାଖକୁ ଛୁଟିଥିଲା କ୍ଷତିଗ୍ରସ୍ତ ଜନସାଧାରଣ। ଏହି ପ୍ରକଳ୍ପ ନିର୍ମାଣ ହେତୁ କ୍ଷତି ଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଏବଂ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।


