ଓଡ଼ିଶା ଲେଖା ଅଫିସ୍: ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକଙ୍କୁ ଗିରଫ କରିଵା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଗଣ ଶିକ୍ଷା ସଚିବ ଥିରୁମାଲାଙ୍କ ବିରୋଧରେ ହାଇକୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ଅଦାଲତ ଅବମାନନା ମାମଲାରେ ଆଇ ଏ ଏସ୍ ଥିରୁମାଲାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଛି। ଆସନ୍ତା ୨୨ ତାରିଖ ରେ ଥିରୁମାଲାଙ୍କୁ ଅଦାଲତରେ ହାଜର କରାଇବାକୁ ପୋଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ୨୨ ତାରିଖ ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କଲେ ଗିରଫଦାରୀରୁ ମୁକ୍ତି ମିଳିବ ବୋଲି ହାଇକୋର୍ଟ କହିଛନ୍ତି। ବେଣୁଧର ଦାସ ନାମକ ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରେ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କ ବିରୋଧରେ ମଧ୍ୟ ହାଇକୋର୍ଟ ଗିରଫ ପରଓ୍ବାନା ଜାରି କରିଥିଲେ। ଅରବିନ୍ଦ ଏବେ ଉଚ୍ଚ ଶିକ୍ଷା ବିଭାଗର ସଚିବ ଅଛନ୍ତି। ତାଙ୍କୁ ମଧ୍ୟ ୨୨ତାରିଖରେ ଗିରଫ କରି କୋର୍ଟରେ ହାଜର କରାଇଵା ପାଇଁ ନିର୍ଦ୍ଦେଶ ରହିଛି।

