ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଧିନରେ ଥିବା ନରସିଂହପୁର ବନାଞ୍ଚଳ ପକ୍ଷରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନରସିଂହପୁର ବନାଞ୍ଚଳ ଅଧୀନରେ ଥିବା ବନ୍ଧହୁଡ଼ା, ପଦାମାଳ ଓ ସାଗର ବନ୍ଧ ଅଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଡଙ୍ଗା ସାହାଯ୍ୟରେ ବୁଲି ବୁଲି ଏହି ଅଞ୍ଚଳ ଗୁଡ଼ିକରେ ୫୬୬ଟି ପକ୍ଷୀ ଥିବା ଗଣନା କରାଯାଇଛି। ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ବନାଞ୍ଚଳର ବନପାଳ, ବନ ସୁରକ୍ଷାକରୀ କର୍ମଚାରୀ ସାମିଲ୍ ହୋଇଥିଲେ।



