ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସାମ୍ବାଦିକ ଭବନ ପରିସରରେ 79ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି l ଆଜିର ପବିତ୍ର ଦିବସରେ ନୟାଗଡ଼ ପୌର ପରିଷଦର ପୌରାଧ୍ୟକ୍ଷା ନିରୁପମା ଖଟେଇ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତୋଳନ କରିବା ସହ ଦେଶବାସୀ ଓ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟ ଅଭିଭାଷଣ ରଖିଥିଲେ l ସାମ୍ବାଦିକ ମାନଙ୍କ ଭିତରେ ଏକଜୁଟ ମନୋଭାବ ନେଇ ଚଳିଲେ ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବରେ ପରିଣତ ହୋଇପାରିବ l ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ସାମ୍ବାଦିକ ଭବନର ସଭାପତି ବୈଦ୍ୟଭୂଷଣ ମହାପାତ୍ର, ଉପ ସଭାପତି ପ୍ରଶାନ୍ତ ଜେନା
କୋଷାଧକ୍ଷ ବିଶ୍ୱଜିତ ନାୟକ, ଉପଦେଷ୍ଟା ତଥା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ, ସଞ୍ଜୟ କୁମାର ସ୍ୱାଇଁ, ରାମକୃଷ୍ଣ ରଥ, ରବି ଦାଶ, ଦେବବ୍ରତ ନାୟକ, କ୍ଷୀରୋଦ ପଟ୍ଟନାୟକ, ସ୍ୱରୂପ ପଟ୍ଟନାୟକ, ଜୟନ୍ତ ମିଶ୍ର, ବିଶ୍ୱଭୂଷଣ ମହାପାତ୍ର, ଦିନମଣୀ ମହାନ୍ତି, ସୁମନ ସାହୁ, ଭବାନୀ ଶଙ୍କର ଦାସ, ପ୍ରଦୀପ ପାତ୍ର, ବାସୁଦେବ ମହାନ୍ତି, ଅମିତ ପଟ୍ଟନାୟକ, ବିଭୂତି ଭୂଷଣ ସ୍ୱାଇଁ, କୈଳାଶ ଘଡେଇ, ବିଷ୍ଣୁଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l
ସାମ୍ବାଦିକ ଭବନରେ ଫରଫର ଉଡ଼ିଲା ତ୍ରିରଙ୍ଗା


