ଓଡ଼ିଶା ଲେଖା ଅଫିସ୍: ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ଘର ଭିତରୁ ପୁଳା ପୁଳା ଟଙ୍କା ଜବତ କରିଛି ଅନୁଗୁଳ ପୋଲିସ । ସୂଚନାନୁସାରେ, ଅନୁଗୁଳ ଟାଉନ ଥାନା ହାତିଶାଳପଡ଼ାର ଏକ ଭଡା ଘରେ ପୋଲିସ ଏବଂ ସ୍ପେସିଆଲ ସ୍ମାର୍ଡ ମିଳିତ ଚଢ଼ାଉ । ୩୦ ଗ୍ରାମ ପରିମାଣରେ ବ୍ରାଉନସୁଗାର ଜବତ କରିବା ସହ ଲକ୍ଷାଧିକ ନଗଦ ଟଙ୍କା ଜବତ । ଜବତ ଟଙ୍କାର ପରିମାଣ ୨୬ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା । ଘଟଣାରେ ୨ ଜଣଙ୍କୁ ଅଟକ ରଖି ଛାନଭିନ କରୁଛି ଅନୁଗୁଳ ପୋଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମେସିନ୍ ଜରିଆରେ ହୋଇଛି ଟଙ୍କା ଗଣନା । ଆଜି ଏହାର ସତ୍ୟାସତ୍ୟ ଜଣାପଡ଼ିବ ।

