ବଡ଼ମ୍ବା, ( ଓଡ଼ିଶା ଲେଖା): ବିଲକୁ ଓଲଟିଲା ପାସେଞ୍ଜର ଅଟୋ l ଦୁଇ ପାସେଞ୍ଜର ଆହାତ ହୋଇଥିବା ଜଣାପଡିଛି l ଆହାତ ମାନେ ହେଲେ ବିନ୍ଦାଣିଆ ଗାଁ ର ବିଦ୍ୟାଧର ଖଟୁଆ ଓ ଗାଡ଼ି ଚାଳକ କମିନା ମୁଦୁଲି ଆହାତ ହୋଇଥିବା ଜଣାପଡିଛି l ଉଭୟ ଆହାଙ୍କୁ ପ୍ରଥମେ ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି l ସୂଚନାନୁସାରେ, ବଡମ୍ବାରୁ ନରସିଂହପୁର ଯାଉଥିବା ଏକ ପାସେଞ୍ଜର ଅଟୋ ଭାରସାମ୍ୟ ହରାଇ ବଡମ୍ବା ହାଟ ପଡ଼ିଆ ନିକଟରେ ଥିବା ମହାଦେବ ମନ୍ଦିର ପାଖରେ ଥିବା ବିଲକୁ ଓଲଟି ପଡିଥିଲା l ଉକ୍ତ ଗାଡ଼ି ରେ ବସିଥିବା ଜଣେ ପାସେଞ୍ଜର ବିଦ୍ୟାଧର ଖଟୁଆ ଓ ଅଟୋ ଚାଳକ କମିନା ମୁଦୁଲି ଗୁରୁତର ଆହାତ ହୋଇଥିଲେ l ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ କିନ୍ତୁ ସଂକଟାପର୍ଣ୍ଣ ହେବାରୁ ଉଭଙ୍କୁ ବଡ଼ ହସ୍ପିଟାଲ ରେଫର କରାଯାଇଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋ ଜବତ କରି ତଦନ୍ତ ଆରମ୍ଭ କରିଛି l


