Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2025 -Odisha Lekha. All Rights Reserved.

ସାଲୁଣିରେ ବ୍ଲକ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ:ମୃତ୍ତିକା ଓ ଜଳ ବୀନା ଜୀବନ ଅସମ୍ଭବ:ଅରୁଣ

Published January 9, 2026 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପକ୍ଷରୁ ବ୍ଲକ ସ୍ତରୀୟ ଜଳବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତ ସାଲୁଣୀ ଗାଁରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ନାଟୁଗାଁ ସରପଞ୍ଚ ସାଗରବାଳା ବରାଡ଼, ସମିତିସଭ୍ୟା ତୋଫାନୀ ଦାଶ, ଚମ୍ପତିପୁର ପଞ୍ଚାୟତ ସରପଞ୍ଚ ଅମର ପ୍ରସାଦ ସାଥୁଆ, କ୍ରିଦାଶପୁର ପଞ୍ଚାୟତ ସମିତିସଭ୍ୟା ବାସନ୍ତି ପଣ୍ଡା ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ଜଳ ବିଭାଜିକା ମହୋତ୍ସବର ଉଦ୍ଦେଶ୍ୟ ଉପରେ ଆଲୋଚନା ରଖିଥିଲେ । ଗ୍ରାମ କୃଷି ଉତ୍ପାଦନ ବୃଦ୍ଧିରେ ଜଳ ବିଭାଜିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି । କୃଷି ଓ କୃଷକର ଉନ୍ନତୀ ପାଇଁ ପ୍ରତ୍ୟେକ ସ୍ତରରେ ଉଦ୍ୟମ ଆବଶ୍ୟକ ବୋଲି ମତ ରଖିଥିଲେ । ମୃତ୍ତିକା ଓ ଜଳ ବୀନା ଜୀବନ ଅସମ୍ଭବ ବୋଲି କହିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ଼ ଜ୍ଞାନ ରଞ୍ଜନ ସାହୁ ତାଙ୍କ ବକ୍ତବ୍ୟରେ ରସାୟନିକ ସାରର ସୀମିତ ବ୍ୟବହାର ଏବଂ ଜୈବିକ ସାର ବ୍ୟବହାର ଉପରେ ଆଲୋଚନା ରଖିଥିଲେ ।

ସମ୍ବାରିଆନାଳ ଅଣୁ ଜଳ ବିଭାଜିକା ସମ୍ପାଦକ ଚକ୍ରଧର ଜେନା ସ୍ଥାନୀୟ ଅଞ୍ଚଳରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦ୍ୱାରା କିଭଳି କୃଷି ଉପଯୋଗୀ ହୋଇପାରୁଛି, ତାହା ଉପରେ ମତ ରଖିଥିଲେ । ଏହି ଅବସରରେ ଜଳ ବିଭାଜିକା ମାର୍ଗଦର୍ଶକ ଏବଂ ଜଳ ବିଭାଜିକା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନାଟକ ମାଧ୍ୟମରେ ଏବଂ ଏଲଇଡି ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କାଳୀଚରଣ ବେହେରା, ସୈାମ୍ୟରଞ୍ଜନ ଶତପଥି, ମଧୁସ୍ମିତା ବେହେରା ପ୍ରମୂଖ ଯୋଗ ଦେଇଥିଲେ । ଜଳ ବିଭାଜିକା ମହୋତ୍ସବ ଅବସରରେ ବୃକ୍ଷରୋପଣ କରାଯିବା ସହ ଚାଷୀ ଜମିକୁ ସେଚ କେନାଲ ଲୋକାର୍ପଣ ହୋଇଥିଲା । ଏହା ସହିତ ଏକ ନାଟୁଗାଁ ପୋଖରୀ ଜଳ ପ୍ରବେଶ ଓ ନିଷ୍କାସନ ପଥ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଏକ ହଜାରରୁ ଉର୍ଦ୍ଧ୍ୱ ଲୋକ ଯୋଗ ଦେଇଥିଲେ । ନୟାଗଡ଼ ବ୍ଲକ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ସହକାରୀ କୃଷି ଯନ୍ତ୍ରୀ ବୀରଭଦ୍ର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Preloader Image
IMG-20260411-WA0004
IMG-20260330-WA0039
IMG-20260108-WA0001
Odisha Lekha January 9, 2026 January 9, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ
ସ୍ୱତନ୍ତ୍ର ଖବର
ତେଲ ମାଲିସ୍ ନେତା ନେତ୍ରୀଙ୍କୁ କେବେ ମିଳିବ ସୁଯୋଗ ?
ରାଜନୀତି
ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ
ସ୍ୱତନ୍ତ୍ର ଖବର
ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ:ଯୁବ ପ୍ରକାଶକଙ୍କୁ ସମ୍ବର୍ଦ୍ଧନା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ

Odisha Lekha July 15, 2026
ସ୍ୱତନ୍ତ୍ର ଖବର

ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ

Odisha Lekha July 14, 2026
ସ୍ୱତନ୍ତ୍ର ଖବର

ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ:ଯୁବ ପ୍ରକାଶକଙ୍କୁ ସମ୍ବର୍ଦ୍ଧନା

Odisha Lekha July 14, 2026
ସ୍ୱତନ୍ତ୍ର ଖବର

ଚକ୍ଷୁଦାନ କଲେ ଅଙ୍ଗନବାଡ଼ି ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସାମୟୀ:ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ତ୍ୟ:ଝିଅ ଦେଲା ମୁଖାଗ୍ନି

Odisha Lekha July 7, 2026
ସ୍ୱତନ୍ତ୍ର ଖବର

ନିରୋଗ ସେଣ୍ଟରରେ ସ୍ୱାସ୍ଥ୍ୟ ବିଭାଗ ଓ ତହସିଲଦାରଙ୍କ ଚଢ଼ାଉ

Odisha Lekha July 5, 2026
ସ୍ୱତନ୍ତ୍ର ଖବର

ଭୁଶୁଡ଼ି ପଡ଼ିଲା ୫୭ନଂ ଜାତୀୟ ରାଜପଥର ନୟାଗଡ଼ ବାଇପାସ୍ ରାସ୍ତା:ଗୋଟିଏ ପଟେ ସପୋର୍ଟ ରାସ୍ତା ସଂପୂର୍ଣ୍ଣ ନଷ୍ଟ

Odisha Lekha July 5, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?