ନୟାଗଡ଼, (ଓଡ଼ିଶା ଲେଖା): ଖଣ୍ଡପଡ଼ା ବାସୀଙ୍କ ପାଇଁ ବୁଧବାରରାତି ପାଲଟିଥିଲା କଳା ରାତି l ସବୁ ଦିନ ପାଇଁ ନିରବୀ ଗଲେ ଖଣ୍ଡପଡ଼ା ରାଜା ତଥା ପୂର୍ବତନ ଉପ ବାଚସ୍ପତି l ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ଓ ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଆମ ଗହଣରୁ ସବୁ ଦିନ ପାଇଁ ନିରବୀ ଯାଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ୧୯୮୦, ୧୯୮୫ ଓ ୧୯୯୫ରେ ତିନିଥର ଖଣ୍ଡପଡ଼ା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ସେ ବିଶେଷ କରି କଂଗ୍ରେସ ପାର୍ଟି ସହ ଜଡିତ ଥିଲେ । ସେ ନିରବୀ ଯିବା ଖବର ଶୁଣିବା ପରେ ଖଣ୍ଡପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଯାହାକୁ ନେଇ ରାଜପ୍ରସାଦରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି l

