ନୟାଗଡ଼, (ଓଡ଼ିଶା ଲେଖା): ଶାସ୍ତ୍ରୀୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଓ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ତରଫରୁ ସୁବର୍ଣ୍ଣ ଜୟନ୍ତୀ ସଭାଗୃହରେ ‘ଏକ ଦିବସୀୟ ପାଠଚକ୍ର’ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟରଅଧ୍ୟକ୍ଷ ଡ଼ ବିପିନ କୁମାର ପଟ୍ଟନାୟକ ସଭାପତିତ୍ବରେ ଅନୁଷ୍ଠିତ ଏହି ପାଠଚକ୍ରରେ ଉଚ୍ଚାଙ୍ଗ ବକ୍ତବ୍ୟ ପ୍ରଦାନ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼ ବିଜୟ କୁମାର ଶତପଥୀ ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟର ପରିଦର୍ଶକ ପ୍ରଫେସର ଡ଼ ବାବାଜୀ ଚରଣ ପଟ୍ଟନାୟକ । ବିଭାଗମୁଖ୍ୟ ସଞ୍ଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ, ଅଧ୍ୟାପକ ହରେକୃଷ୍ଣ ଦାସ ଏବଂ ଅଧ୍ୟାପକ ପ୍ରମୋଦ କୁମାର ବେହେରା ମାନପତ୍ର ପଠନ କରିଥିଲେ। ସ୍ନାତକ ଓ ସ୍ନାତକୋତ୍ତର ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ, ମହାବିଦ୍ୟାଳୟର ଅଧ୍ୟାପକଗଣ ପାଠଚକ୍ରରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସହଦେବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


