ନୟାଗଡ଼, (ଓଡ଼ିଶା ଲେଖା): କଥାରେ ଅଛି, ସରକାରୀ କା ମାଲ୍ ଦରିଆ ମେ ଡାଲ୍ । ହଁ ଆଜ୍ଞା, ସଧାରଣ ନିର୍ବାଚନ ପୂର୍ବରୁ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ରୂପାନ୍ତରିତ କରାଯାଇ ଗୋଲେଇ ଛକ ଭାବେ ନୂତନ ପରିଚୟ ଦେଇଛି । ଏହାରି ଭିତରେ ନୂଆ ସରକାର ଗଢା ହେଲାଣି କିନ୍ତୁ ଗୋଲେଇ ଛକ କିମ୍ବା ଟ୍ରାଫିକ ଛକର ନୟାଗଡ଼-ଖଣ୍ଡପଡା ରାସ୍ତା ଓ ନୟାଗଡ଼-ଓଡ଼ଗାଁ ରାସ୍ତାରେ ବିଭିନ୍ନ ଗନ୍ତବ୍ୟ ସ୍ଥଳ ଲଗାଇବା ପାଇଁ ଦୁଇଟି ଗେଟ୍ କରଯାଇଥିଲା । ଗେଟ୍ ଦୁଇଟି ପୂର୍ତ୍ତ ବିଭାଗ ପୂର୍ବରୁ ଖୋଲି ଦେଇଥିଲା କିନ୍ତୁ ବର୍ଷେ ତଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗର ନିଦ ଭାଙ୍ଗିଥିଲା । ପରବର୍ତ୍ତୀ ସମୟରେ ଗେଟ୍ ଟି ପୁନଃ ଲଗାଇବା ପାଇଁ ପକ୍ରୀୟା ଆରମ୍ଭ ହେଲା କିନ୍ତୁ ମାସ ପରେ ମାସ ଗଡି ଚାଲିଛି ଏବଂ ନୂଆ ବର୍ଷରେ ପାଦ ଥାପିଲେଣି କିନ୍ତୁ ଦୁଇଟି ଗେଟ୍ ଲଗାଇବା ପାଇଁ ପୂର୍ତ୍ତ ବିଭାଗ ସତେ ଯେମିତି ଭୁଲି ଯାଇଥିବା ମନେ ହେଉଛି ।

ଗେଟ୍ ଲଗାଇବା ପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରାଗଲା ଏବଂ ଗେଟ୍ ରେ ନୂତନ ଷ୍ଟିକରିଂ କରାଗଲା । ଲଗାଯାଇଥିବା ଷ୍ଟିକର ବର୍ତ୍ତମାନ ଉଠି ଗଲାଣି ତଥା ନଷ୍ଟ ହେଇ ଗଲାଣି କିନ୍ତୁ ପୂର୍ତ୍ତ ବିଭାଗ ଗେଟ୍ ଲଗାଇବାର ମନଜ୍ଞାନ ଦେଉନଥିବା ଏକ ପ୍ରକାରର ସ୍ପଷ୍ଟ ବାରିହେଉଛି । ତେବେ ଟ୍ରାଫିକ ଛକ ଠାରେ ଗେଟ୍ ନଲଗାଇବା ପୂର୍ତ୍ତ ବିଭାଗର ଅପାରଗତା ନା କର୍ମଚାରୀଙ୍କ ଦୁର୍ବଳତା ରହିଛି ତାହା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦୃଷ୍ଟି ଦେବାକୁ ବୁଦ୍ଧିଜିବୀ ମହଲରେ ଦାବି କରାଯାଇଛି।

