Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ମନ୍ତ୍ରୀଙ୍କ ୫୦ତମ ଜନ୍ମଉତ୍ସବ:୩୦୦ ୟୁନିଟ୍ ରକ୍ତ ସଂଗ୍ରହ ଓ ଚାରା ବଣ୍ଟନ

Published January 6, 2026 ଆଞ୍ଚଳିକ ଖବର
SHARE

ପୋଲସରା, (ଓଡ଼ିଶା ଲେଖା): ପୋଲସରାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଜନ୍ମଦିବସ ଉତ୍ସବକୁ ଖୁବ୍ ଧୁମ୍ ଧାମରେ ପାଳିତ ହୋଇଥିବା ବେଳେ ଶୁଭେଚ୍ଛୁଙ୍କ ଦ୍ବାରା ରେକର୍ଡ ସଂଖ୍ଯକ  ରକ୍ତଦାନ ହୋଇଥିବା ଜଣାପଡିଛି। ଲୁଣିଘାଟି ପଡି଼ଆଠାରେ ‘ମିଟୁ ସେନା’ ପକ୍ଷରୁ ମାନ୍ଯବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ୫୦ ତମ ଜନ୍ମ ଦିବସ ପାଳିତ ହୋଇଥିବା ବେଳେ ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ମାନ୍ଯବର ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ଯୋଗ ଦେଇ ଆୟୋଜିତ ବିଶାଳ ସ୍ୱାସ୍ଥ୍ଯ ପରୀକ୍ଷା ଶିବିର, ଚକ୍ଷୁ ପରୀକ୍ଷା ଶିବିର, ରକ୍ତଦାନ ଶିବିର ଓ ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମିଟୁ ସେନା ପକ୍ଷରୁ ଅନୁଷ୍ଠିତ ଏହି ଭବ୍ଯ କାର୍ଯ୍ଯକ୍ରମ ତଥା ଜନସେବାର ବିଶେଷ ଉଦ୍ଯମ ପାଇଁ ମିଟୁ ସେନାର ସମସ୍ତ ସଦସ୍ଯମାନଙ୍କୁ ମାନ୍ଯବର ମନ୍ତ୍ରୀ ଧନ୍ଯବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସମାରୋହରେ ମାନ୍ଯବର ମନ୍ତ୍ରୀ ବିଭୂତି ଭୂଷଣ ଜେନା, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଶୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରାୟ ଏବଂ ବିଧାୟକ ସାରଦା ପ୍ରସାଦ ପ୍ରଧାନ, ଘୁମୁସର ଜିଲ୍ଲା ସଭାପତି ନୀଳମାଧବ ପାତ୍ର ଏବଂ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଘୁମୁସର ଜିଲ୍ଲା ଉପ-ସଭାପତି ପ୍ରଭାକର ପଣ୍ଡା ଯୋଗ ଦେଇଥିଲେ। ଏହି ଅବସରରେ ଓଡି଼ଆ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ଅନୁରାଧା ପାଣିଗ୍ରାହୀ ମନଛୁଆଁ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ପୋଲସରା ବାସୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି କାର୍ଯ୍ଯକ୍ରମରେ ବିପୁଳ ସଂଖ୍ଯାରେ ସ୍ଥାନୀୟ ବାସିନ୍ଦା ସାମିଲ ହୋଇ ସ୍ୱାସ୍ଥ୍ଯ ଓ ଚକ୍ଷୁ ପରୀକ୍ଷା କରେଇଥିଲେ। ଶୁଭେଛୁଙ୍କ ଠାରୁ ସ୍ଵେଚ୍ଛାକୃତ ଭାବେ  ୩୦୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ କୁଶଳତାର ସହ ଆୟୋଜନ କରିବା ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ର, କେଦାରନାଥ ମହାରଣା, ଗୋପିନାଥ ସ୍ୱାଇଁ, ମାନସ ପ୍ରଧାନ, ମନୋଜ କୁମାର ଖଟୁଆ ପ୍ରମୁଖ ପରିଚାଳନା କରିଥିବା ବେଳେ ସଫଳତାର ସହିତ ସମାପନ କରିବା ଦିଗରେ ମିଟୁ ସେନାର କର୍ମକର୍ତ୍ତା  ପ୍ରକାଶ ମହାରଥା, କାର୍ତ୍ତିକ ମଙ୍ଗଳ, ରାମକୃଷ୍ଣ ପ୍ରଧାନ, ମୋତିରାମ ସାହୁ, ପ୍ରସନ୍ନ ଡାକୁଆ, ପ୍ରଶାନ୍ତ ସାହୁ, କୃଷ୍ଣଚନ୍ଦ୍ର ଜେନା,  ସୁଶୀଲ ପ୍ରଧାନ ଏବଂ ଭାଗବାନ ଜେନା ପ୍ରମୁଖ ସହଯୋଗ କରିଥିଲେ।

ରିପୋର୍ଟ-ରୋହିତ ପ୍ରଧାନ

Preloader Image
IMG-20260815-WA0003
IMG-20260108-WA0001
Odisha Lekha January 6, 2026 January 6, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବର

କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ

Odisha Lekha October 16, 2026
ଆଞ୍ଚଳିକ ଖବର

ନୟାଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର:୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ

Odisha Lekha October 13, 2026
ଆଞ୍ଚଳିକ ଖବର

ନୟାଗଡ଼ରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୦୭ତମ ଜୟନ୍ତୀ ପାଳିତ:ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ସାହିତ୍ୟପ୍ରେମୀ

Odisha Lekha October 12, 2026
ଆଞ୍ଚଳିକ ଖବର

ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୋମାମାଡ଼: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା :ପୋଲିସର ତଦନ୍ତ ଆରମ୍ଭ

Odisha Lekha October 11, 2026
ଆଞ୍ଚଳିକ ଖବର

ଛାତ୍ର ସଂସଦ ନିର୍ବାଚନ ବାତିଲ,କ୍ୟାମ୍ପସ ଗଣତନ୍ତ୍ରର ହତ୍ୟା: କଂଗ୍ରେସ

Odisha Lekha October 10, 2026
ଆଞ୍ଚଳିକ ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ସହିଦ କଷ୍ଟି ଡାକୁଆଙ୍କ ସହିଦ ଦିବସ ପାଳିତ:ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦର୍ଷ ନେତା ଥିଲେ କଷ୍ଟି ଡାକୁଆ

Odisha Lekha October 10, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?