ନୟାଗଡ଼, (ଓଡ଼ିଶା ଲେଖା): ନୂଆ ବର୍ଷରେ ବଡ଼ ଖବର । ବଦଳିଲେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ।ବର୍ଷ ଆରମ୍ଭରୁ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦାୟୀତ୍ଵ ଗ୍ରହଣ କରିବା ପରେ ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ୨୦୧୫ ବ୍ୟାଚର ଆଇଏଏସ ମଧୁମିତା ରଥଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ଏହି କ୍ରମରେ ଦେଓରଂଜନ ସିଂଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ମିଳିଛି । ସତ୍ୟବ୍ରତ ସାହୁଙ୍କୁ ମେମ୍ବର, ବୋର୍ଡ ଅଫ୍ ରେଭିନ୍ୟୁ । ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଭାବେ ଦାୟିତ୍ୱ ନେଲେ ଭାଷ୍ମର ଜ୍ୟୋତି ଶର୍ମା । ହେମନ୍ତ ଶର୍ମାଙ୍କୁ ଗୃହ ସଚିବ ଦାୟିତ୍ୱ । ଜଳ ସମ୍ପଦ ବିଭାଗର ସଚିବ ଭାବେ ଶୁଭା ଶର୍ମାଙ୍କୁ ଦାୟିତ୍ୱ । ଓସଡମାର ପରିଚାଳନା ନିର୍ଦ୍ଦେଶକ ହେଲେ ରାଜେଶ ପ୍ରଭାକର ପାଟିଲ ।


