ଓଡ଼ିଶା ଲେଖା ଅଫିସ୍: ନୂଆ ବର୍ଷରୁ ନୂଆ ଇନସ୍ ଆରମ୍ଭ କରିଛନ୍ତି ଆଇଏଏସ୍ ଅଧିକାରୀ ଅନୁ ଗର୍ଗ । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖରେ ସରିବା ପରେ ମହିଳା ଆଇଏଏସ୍ ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।

ଓଡ଼ିଶାରେ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ନିଯୁକ୍ତ ହୋଇଛନ୍ତି । ବିକଶିତ ଗାଁ ବିକଶିତ ଓଡ଼ିଶା ଗଢିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇବେ ବୋଲି ସୂଚନା ମିଳିଛି । ମୁଖ୍ୟ ଶାସନ ସଚିବ ଭାବେ ଦାୟୀତ୍ଵ ନେବାପରେ ବିଭିନ୍ନ ବିଭାଗ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।


