Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦଘାଟିତ:ତେଲିଆ ମୁଣ୍ଡରେ ତେଲ ବୋଲୁଛି ବିଭାଗୀୟ ଅଧିକାରୀ

Published December 31, 2025 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ଷ୍ଟାଡିୟମ ଗ୍ରାଉଣ୍ଡରେ ଆୟୋଜିତ ଏହି ମେଳାକୁ ଗୋ-ପୂଜନ ମାଧ୍ୟମରେ ଉଦଘାଟିତ କରିଥିଲେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ। ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ ଓ ପ୍ରାଣିପାଳକଙ୍କ ରୋଜଗାରକୁ ବହୁଗୁଣିତ ତଥା ସେମାନଙ୍କ  ଜୀବିକାର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ନିରନ୍ତର ପ୍ରୟାସରତ । ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହେଉଥିବା ମତ୍ସ୍ୟ ଓ ପ୍ରାଣିସମ୍ପଦ କ୍ଷେତ୍ର ପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି । ବିଶେଷ କରି ଗ୍ରାମାଞ୍ଚଳର ଆର୍ଥିକ ଅଭିବୃଦ୍ଧି ରେ ଏହି ଦୁଇ କ୍ଷେତ୍ରର ଅଧିକ ଗୁରୁତ୍ବ ଥିବାରୁ ଶିକ୍ଷିତ ଯୁବ ଗୋଷ୍ଠୀ ଏହି କ୍ଷେତ୍ରରେ ସେମାନଙ୍କର କ୍ୟାରିୟର ଗଢିବାକୁ ବିଧାୟକ ଶ୍ରୀଯୁକ୍ତ ସ୍ୱାଇଁ ଆହ୍ବାନ ଦେଇଥିଲେ।

ଏହି ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟନାୟକ କହିଥିଲେ ଯେ,  ସମୟ ଥିଲା ଆମେ ମାଛ ଓ ଅଣ୍ଡା ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରୁଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ଓ ଚାଷୀଙ୍କ ପ୍ରଚେଷ୍ଟା ବଳରେ ଆମେ ଆଜି ସ୍ବାବଲମ୍ବୀ। ମତ୍ସ୍ୟ ଚାଷ ପାଇଁ ଦିନ ଥିଲା ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା କିନ୍ତୁ ଓଡ଼ିଶା ବର୍ତ୍ତମାନ ଶୁଦ୍ଧା ମତ୍ସ୍ୟ ଚାଷ କରିବାରେ ଦେଶରେ ଓଡିଶା ଚତୁର୍ଥ ସ୍ଥାନକୁ ଉତ୍ତୀର୍ଣ୍ଣ କରିବାକୁ ସକ୍ଷମ ହୋଇଛି, ତେଲିଆ ମୁଣ୍ଡରେ ତେଲ ବୋଲୁଛି ବିଭାଗୀୟ ଅଧିକାରୀ ମାନେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ଚାଷ ଓ ଚାଷୀ ବଞ୍ଚିଲେ ଦେଶର ଅଗ୍ରଗତି ହେବ ବୋଲି ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ଚାଷ କ୍ଷେତ୍ର ପରି ଯୁବ ଗୋଷ୍ଠୀ ଆଗେଇ ଆସିଛନ୍ତି, ଅଣ୍ଡା ଉତ୍ପାଦନ ଓ ମତ୍ସ୍ୟ ଚାଷ, ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆଗେଇ ଚାଲିଛି।ଫିନାଇଲ ଠାରୁ ଗୋବର ପାଣି ସିଞ୍ଚନ କରିବାର ଆବଶ୍ୟକ ରହିଛି । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ କହିଥିଲେ ଯେ ସବୁଜ ବିପ୍ଳବ, ଶ୍ୱେତ ବିପ୍ଳବ ଓ ନୀଳ ବିପ୍ଳବ ଯୋଗୁଁ ଆମ ଦେଶ ଆଜି ଖାଦ୍ୟ ଉତ୍ପାଦନରେ ଏକ ଅଗ୍ରଣୀ ଦେଶ। ତେଣୁ ଶିକ୍ଷିତ ଯୁବ ଗୋଷ୍ଠୀ ମତ୍ସ୍ୟ ଓ ପ୍ରାଣୀ ପାଳନ କୁ ଉଦ୍ୟୋଗ ରୂପରେ ଆଜି ପରିଣତ କରିପାରିବେ। ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀ ଡ ବସନ୍ତ କୁମାର ବେହେରା ଓ ଧନ୍ୟବାଦ ପ୍ରଦାନ କରିଥିଲେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରକାଶ କୁମାର ତ୍ରିପାଠୀ।

ପ୍ରକାଶ ଯୋଗ୍ୟ ଯେ ତୃଣମୂଳ ସ୍ତରରେ ଚାଷୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ତଥା କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ତଥା ସେମାନଙ୍କୁ ନୂତନ ଜ୍ଞାନ କୌଶଳପୂର୍ଣ  ଚାଷ ସମ୍ପର୍କରେ ଧାରଣା ଦେବାପାଇଁ ଗତ ମାସରେ ପ୍ରତି ବ୍ଲକ ରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ସଫଳତା ର ସହ ଆୟୋଜିତ ହେବ ପରେ ଏହି ଜିଲ୍ଲା ସ୍ତରୀୟ ମେଳା ଆୟୋଜିତ ହୋଇଛି। । ଏହି ଦୁଇଦିନିଆ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆଠଶହ ମତ୍ସ୍ୟଚାଷୀ ଓ ପ୍ରାଣି ପାଳକ ଯୋଗ ଦେଇଥିଲେ। ମତ୍ସ୍ୟ ଓ ପ୍ରାଣିବିଜ୍ଞାନୀଙ୍କ ଓ ଚାଷୀଙ୍କ  ମଧ୍ୟରେ ବୈଷୟିକ ଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଚାଷୀ ମାନେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଚାଷ ସମ୍ପର୍କରେ ସେମାନଙ୍କ ପ୍ରଶ୍ନର ଉତ୍ତର ପାଇଥିଲେ। ସେମାନଙ୍କ ମଧ୍ୟରୁ ଉତ୍କର୍ଷ ସଫଳତା ପାଇଁ ଚାରି ଜଣ ଚାଷୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ସହ କିଛି ଚାଷୀଙ୍କୁ ସେମାନଙ୍କ ନୂତନ  ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ।ଏହି ମେଳାରେ ମତ୍ସ୍ୟ ତଥା ପ୍ରାଣିପାଳନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଜାତିର ମାଛ, ଗାଈ, ଘୁଷୁରି, କୁକୁଡ଼ା ଓ ଛେଳିର ପ୍ରଦର୍ଶନ ସହ ଆଧୁନିକ ମତ୍ସ୍ୟ ପାଳନର ଲାଇଭ ମଡେଲ ଓ ଅନ୍ୟାନ୍ୟ ବିଭାଗର ପ୍ରାୟ ତିରିଶଟି ଷ୍ଟଲ  ପ୍ରଦର୍ଶିତ ହୋଇଥିଲା ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 31, 2025 December 31, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା

Odisha Lekha October 16, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?