ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଇଟାମାଟି ପଂଚାୟତ ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥରର ଇଟାମାଟି ଥାନା ସମ୍ମୁଖରେ ଏକ ନୂତନ ବସଷ୍ଟାଣ୍ଡର ଶୁଭ ଉଦଘାଟନ ହୋଇଯାଇଛି। ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଆଶିଷ କୁମାର ଅଗ୍ରୱାଲ, ସରପଞ୍ଚ ସ୍ଵପ୍ନେଶ୍ୱରି ସେଠୀ, ସମିତି ସଭ୍ୟା ଗୋଲାପରାଣୀ ସେଠୀ ପ୍ରମୁଖ ବହୁ ବୁଦ୍ଧିଜିବୀ ଓ ମହିଳା ଉପସ୍ଥିତ ଥିଲେ ।


