ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା-୨୦୨୫ ରୁ ବାଦ୍ ପଡ଼ିଛି ନୟାଗଡ଼ ବନଖଣ୍ଡ ବିଭାଗ । ପ୍ରତ୍ୟେକ ବର୍ଷର ଜିଲ୍ଲା ମହୋତ୍ସବକୁ ଯଦି ଦେଖିବା, ତେବେ ବନଖଣ୍ଡ ବିଭାଗ ପକ୍ଷରୁ ଚାରା ବିକ୍ରୟ ଏବଂ ଜଙ୍ଗଲକୁ ସୁରକ୍ଷା ଦେବା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ନେଇ ଷ୍ଟଲ କରି ସଚେତନତାର ବାର୍ତ୍ତା ଦେଇ ଆସୁଥିଲେ । ଚଳିତ ବର୍ଷ ଜିଲ୍ଲା ମହୋତ୍ସବକୁ ଯଦି ଦେଖିବା ଜିଲ୍ଲା ମହୋତ୍ସବର ଜିଲ୍ଲାର ସମସ୍ତ ବିଭାଗର ସଚେତନତା ମୁଳକ ଷ୍ଟଲ ଖୋଲା ଯାଇଥିବା ବେଳେ ନୟାଗଡ଼ ବନଖଣ୍ଡ ଷ୍ଟଲ ଦେଖିବାକୁ ମିଳିନଥିଲା । ସଦାସର୍ବଦା ବନ୍ୟ ପ୍ରାଣୀ ବିଭାଗ ଓ ବନଖଣ୍ଡ ବିଭାଗ ପକ୍ଷରୁ ଦୁଇଟି ଷ୍ଟଲ ପଡିଥାଏ । ଏବଂ ଉକ୍ତ ଷ୍ଟଲରେ କର୍ମଚାରୀ ମାନେ ରହି ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ସୁରକ୍ଷା ଉପରେ ସଚେତନ କରେଇ ଆସୁଥିଲେ । ତେବେ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇଥିବା ବେଳେ କେଉଁ କାରଣ ଯୋଗୁଁ ନୟାଗଡ଼ ବନ ଖଣ୍ଡ ନିବୃତ ରହିଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତମାନ ଦେଶରେ ବାୟୁ ପ୍ରଦୂଷଣ ବଢ଼ି ଚାଲିଥିବା ବେଳେ ବନ ଖଣ୍ଡ ବିଭାଗର ସଚେତନତା କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇବା କଥା କିନ୍ତୁ ଦୁଃଖ ଓ ପରିତାପର ବିଷୟ ବନଖଣ୍ଡ ବିଭାଗ ଷ୍ଟଲ ନ ପକାଇବା, ସଚେତନ କରେଇବା ବିଡମ୍ବନାର ବିଷୟ । ବିଭାଗୀୟ ଅପାରଗତା ନା କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଜିଲ୍ଲା ମହୋତ୍ସବରୁ ବିଭାଗ ନିବୃତ ରହିବା କେତେ ଯୁକ୍ତିଯୁକ୍ତ। ଏନେଇ ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଓ ପରିବେଶବିତ୍ ମାନେ ଦାବି କରିଛନ୍ତି ।


