Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ଦାବି:ଜୟ ନୟାଗଡ଼ ଫାଉଣ୍ଡେସନ୍ ପକ୍ଷରୁ ମଶାଲ ଶୋଭାଯାତ୍ରା

Published December 20, 2025 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଏକ ବିଶାଳ ମଶାଲ ଶୋଭାଯାତ୍ରା ପୁରୁଣା ସହର ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ପୂର୍ତ୍ତ ବିଭାଗ ବଙ୍ଗଳା ଦେଇ ନୟାଗଡ଼ ଟ୍ରାଫିକ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ, ସାମ୍ବାଦିକ ଭବନ, ମା ଫାଉଣ୍ଡେସନ, ଅନେକ ଅଗ୍ରଣୀ ସଂଗଠନ ସମେତ ଶତାଧିକ ନୟାଗଡ଼ିଆ ଏହି ଶୋଭାଯାତ୍ରାରେ ଯୋଗ ଦେଇ ସ୍ଲୋଗାନ ଏବଂ ମଶାଲ ସାହାଯ୍ୟରେ ନୟାଗଡ଼ିଆଙ୍କ ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଏକ ଅଭିନବ ପ୍ରତିବାଦ କରିଛନ୍ତି । ଜିଲ୍ଲାର ଭୌଗୋଳିକ ଅବସ୍ଥିତି ଓ ଗମନାଗମନ ସୁବିଧା ଅନୁଯାୟୀ ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଗଲେ ନୟାଗଡ଼ର ୮ ଗୋଟି ବ୍ଲକର ଜନସାଧାରଣ ସମେତ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ, କଟକ, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲାର ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ।

ନୟାଗଡ଼ର ଉପାନ୍ତ ଅଞ୍ଚଳ କୁଜାମେଣ୍ଢିଠାରୁ ନୟାଗଡ଼ ୮୧ କିମି, ଚାନ୍ଦପୁର ଠାରୁ ୫୦ କିମି, କୁତୁରିଠାରୁ ୮୭ କିମି, ଛାମୁଣ୍ଡିଆ ଠାରୁ ୭୨ କିମି, ରାସଙ୍ଗ ଠାରୁ ୬୧ କିମି , ରୋହିବାଙ୍କଠାରୁ ୪୦ କିମି ଦୂରତାରେ ଜିଲ୍ଲା ସଦରମହକୁମା ଅବସ୍ଥିତ । ତେଣୁ ଭୌଗଳିକ ଦୃଷ୍ଟିରୁ ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ଯଥାର୍ଥ ବୋଲି କୁହାଯାଇଛି । ନୟାଗଡ଼ ଜିଲ୍ଲାର ଜନସାଧାରଣଙ୍କ ତରଫରୁ ଆଜି ମଶାଲ ଶୋଭାଯାତ୍ରା ମାଧ୍ୟମରେ ସରକାରଙ୍କ ନିକଟରେ ସଦର ମହକୁମାରେ ନୟାଗଡ଼ ମେଡିକାଲ କଲେଜ ପ୍ରତିଷ୍ଠା ଦାବି କରାଯାଇଥିବା ବେଳେ ଏ ଆନ୍ଦୋଳନ ଆହୁରି ତୀବ୍ରତର ହୋଇ ରାଜଧାନୀର ରାଜରାସ୍ତାରେ ଚାଲିବ ବୋଲି କୁହାଯାଇଛି । କାର୍ଯ୍ୟକ୍ରମରେ ଜୟ ନୟାଗଡ଼ ଫାଉଣ୍ଡେସନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରକୃତି ବନ୍ଧୁ ଶ୍ରୀଧର ପ୍ରଧାନ, ବରିଷ୍ଠ ନେତା ମନୋଜ ସାହୁ, ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର, ସାମ୍ବାଦିକ ଅନିଲ କୁମାର ପଣ୍ଡା, ଦେବାଶିଷ ମହାପାତ୍ର, ଭୁବନ ହାତୀ, ରଜତ ପଟ୍ଟନାୟକ, ଛାତ୍ର ସଂଗଠକ ଶିବ ରଞ୍ଜନ ସାହୁ, ସଂଗଠନ ସଂଯୋଜକ ଶ୍ରିତମ କୁମାର ପ୍ରଧାନ, ସଂଯୋଜକ ଅମ୍ଳାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ମିଡ଼ିଆ ସେଲ ସଂଯୋଜକ ଅରବିନ୍ଦ ପାଢୀ, ଅବଦୁଲ ଆଜିମ ଖାନ, ଇମ୍ରାନ ଖାନ ସମେତ ଅନେକ ଛାତ୍ର ଓ ଯୁବ ସଂଗଠକ ଯୋଗ ଦେଇଥିଲେ। ଫାଉଣ୍ଡେସନ ତରଫରୁ ଶେଖ ଅବଦୁଲ ଆହାଦ ଜିଲ୍ଲାର ସମସ୍ତ ସାମ୍ବାଦିକ ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଲଢ଼ୁଥିବା ସମସ୍ତ ସଂଗଠନଙ୍କୁ ଧନ୍ୟବାଦ ଦେବା ସହ ସେମାନେ ନିଜ ସ୍ୱରକୁ ଆହୁରି ଶାଣିତ କରିବା ନିମନ୍ତେ ଅନୁରୋଧ କରାଯାଇଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 20, 2025 December 20, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ
ଆଞ୍ଚଳିକ ଖବର ସ୍ବାସ୍ଥ୍ୟ
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ

Odisha Lekha August 31, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ପ୍ରଥମ ବର୍ଷରେ ‘ଓଡ଼ିଶା ଲେଖା’

Odisha Lekha August 15, 2026
ସ୍ୱତନ୍ତ୍ର ଖବର

ମେଧାବୀ ଛାତ୍ରୀ ରଶ୍ମିତାଙ୍କୁ ପୁନଃ ରୋଟାରୀ କ୍ଲବର ସହାୟତା

Odisha Lekha August 7, 2026
ସ୍ୱତନ୍ତ୍ର ଖବର

ଅଗଷ୍ଟ ୫ରେ ଆସନ୍ତୁ:ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରନ୍ତୁ:ସାମ୍ବାଦିକ ଭବନ

Odisha Lekha August 2, 2026
ସ୍ୱତନ୍ତ୍ର ଖବର

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାରାଥନ ଉଦଘାଟନ: ମାଡ଼ ଖାଇଲା ଓଡ଼ିଆ ଅସ୍ମିତା:ଜୋତା ପିନ୍ଧି ନଡ଼ିଆ ଭାଙ୍ଗିଲେ ସାଂସଦ

Odisha Lekha July 19, 2026
ସ୍ୱତନ୍ତ୍ର ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ

Odisha Lekha July 15, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?