ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପରିସରରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଶୁଣାଣୀରେ ଓଡ଼ଗାଁ ବ୍ଲକ୍ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୭୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ତତ୍ କାଳୀନ ୨୧ଟି ଅଭିଯୋଗ ସମାଧାନ କରାଯାଇଛି। ବ୍ୟକ୍ତିଗତ ଅଭିଯୋଗ ୬୭ଟି ଥିବା ବେଳେ ଗ୍ରାମ୍ୟ ସମସ୍ୟା ନେଇ ୪ଟି ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ସହାୟତା ପାଇଁ ୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଆଜିର ଏହି ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ମହାନ୍ତି, ଉପ ଜିଲ୍ଲାପାଳ କର୍ଣ୍ଣଦେବ୍ ସମାଦ୍ଦର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଓଡ଼ଗାଁ ବିଡ଼ିଓ ପ୍ରିତିବାଳା ରଣା ଓ ବ୍ଲକ୍ ସ୍ତରର ସମସ୍ତ ଲାଇନ୍ ଡିପାଟମେଣ୍ଟର କର୍ମଚାରୀ ଉପସ୍ଥିତ ଥିଲେ ।


