
ଓଡ଼ିଶା ଲେଖା ଅଫିସ୍: ନବୀନ ପଟ୍ଟନାୟକ ନା ନୁହେଁ ଏକ ବ୍ରାଣ୍ଡ । କଥାରେ ନୁହେଁ, କାମରେ କରି ଦେଖାଇଥାନ୍ତି ନବୀନ ।ଓଡ଼ିଶା ବାସୀଙ୍କ ଭାବା ବେଗ ସହ ଜଡ଼ିତ ଅଛନ୍ତି ନବୀନ ପଟ୍ଟନାୟକ । ସରକାରରେ ଥିବା ବେଳେ ଲୋକଙ୍କ ସାଥ ଦେଇ ଆସିଥିବା ନବୀନ ପଟ୍ଟନାୟକ ଆଜି ବିରୋଧୀ ଦଳ ନେତା ହୋଇ ମଧ୍ୟ ଲୋକଙ୍କ ପାଇଁ ସମର୍ପି ଦେଇଛନ୍ତି ଚଳିତ ସରକାରରେ ବର୍ଦ୍ଧିତ ଦରମା । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବେ । ଚିଠି ଲେଖି ଘୋଷଣା କଲେ ନବୀନ । ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ମୋ ଦରମା କହିଲେ ନବୀନ। ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ପାଇ ଆସିଛି। ଯେଉଁଥିପାଇଁ ମୁଁ ରାଜ୍ୟବାସୀଙ୍କ ପାଖରେ ଋଣୀ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ଓଡ଼ିଶାବାସୀଙ୍କର ଅକୁଣ୍ଠିତ ସମର୍ଥନ ପାଇଥିଲେ। ୨୦୧୫ରୁ ମୋ ପରିବାର କଟକ ସ୍ଥିତ ପୈତୃକ ଘର ଆନନ୍ଦ ଭବନକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଏବେ ବର୍ଦ୍ଧିତ ଦରମାକୁ ମୁଁ ରାଜ୍ୟର ଗରିବ ଓ ଦୀନ ଦୁଃଖିଙ୍କ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି।


