
ନୟାଗଡ଼ , (ଓଡ଼ିଶା ଲେଖା): ନୟାଗଡ ଜିଲ୍ଲା ଭାପୁର ବ୍କକ ଅଧୀନ ଫତେଗଡ ଗ୍ରାମପଞ୍ଚାୟତ ନାଲିସାଗର ପଡିଆରେ କାଲି ଠାରୁ ସର୍ବଭାରତୀୟ ସଦାଶିବ ସ୍ମୃତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ଆୟୋଜକ ଫତେଗଡ ଯୁବକ ସ°ଘ ତରଫରୁ ସୂଚନା ମିଳିଛି। ଏନେଇ ଫତେଗଡ ଯୁବକ ସଂଘର ସଭାପତି ତଥା ଭାପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ସଭାପତିତ୍ବରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଷ୍ଟାଡିୟମ ସାଜସଜ୍ଜା କାର୍ଯ୍ୟ ଚାଲୁ ରହିଛି।ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟଟି ୧୬ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଥିରେ ୮ ଗୋଟି ଟିମ୍ ଭାଗ ନେଉଥିବା ଜଣାପଡ଼ିଛି।

ଏହି ଟୁର୍ଣ୍ଣାମେଣ୍ଟରେ ସାଇ ଇଲେଭେନ ଭୁବନେଶ୍ୱର , ୟୁପି.ଟାଇଗର ଉତ୍ତରପ୍ରଦେଶ , ଏମଏମସିସି ସମ୍ବଲପୁର , କଲିକତା , କେସିସି କଳାହାଣ୍ଡି, ମୁମ୍ବାଇ, ଟିସିସି ଭୁବନେଶ୍ଵର ଓ ଆନ୍ଧ୍ରପ୍ରଦେଶ ଅ°ଶଗ୍ରହଣ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟାନ ଦଳକୁ ଟ୍ରଫି ସହିତ ଦେଢ଼ ଲକ୍ଷ ଟଙ୍କା ଓ ରନର୍ସ ଦଳକୁ ଟ୍ରଫି ସହିତ ଏକଲକ୍ଷ ଟଙ୍କା ପ୍ରଦାନ କରାଯିବ।ଆଜି ଉଦଘାଟିତ ମ୍ୟାଚରେ ଉତ୍ତରପ୍ରଦେଶ ଟିମ ସହିତ ସାଇଇଲେଭେନ ଭୁବନେଶ୍ବର କ୍ରିକେଟ ଟିମ ମ୍ୟାଚ ଅନୁଷ୍ଠିତ ହେବ। ଦର୍ଶକ ମାନଙ୍କ ଷ୍ଟାଡିୟମ ଚାରିପଟେ ଏଲଡି ଟିଭି, ଚିୟର ଗାର୍ଲ୍ ନୃତ୍ୟ ବ୍ୟବସ୍ଥା କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ଆଇପିଏଲ ଖେଳାଳି ଆସୁଥିବାର ସୂଚନା ମିଳିଛି। ସର୍ବଭାରତୀୟ ସଦାଶିବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନୟାଗଡ ଜିଲ୍ଲାରେ ଏକ ସ୍ୱତନ୍ତ୍ରତା ହୋଇଥିବା ବେଳେ ଏହାକୁ ଦେଖିବାକୁ ହଜାର ହଜାର କ୍ରିକେଟ ପ୍ରେମୀ ସମାଗମ ହୋଇଥାନ୍ତି।

