
ଓଡ଼ିଶା ଲେଖା ଅଫିସ୍: କଟକ- ଭୁନେଶ୍ବର କମିଶନରେଟ ପୋଲିସରେ ଅଦଳ ବଦଳ କରାଯାଇଛି । ତେବେ ପଦୋନ୍ନତି ପାଇଥିବା କିଛି ଇନ୍ସପେକ୍ଟରଙ୍କୁ ନୂତନ ଭାବେ ଥାନାର ଦାୟୀତ୍ଵ ଦିଆଯାଇଥିବା ବେଳେ ଆଉ କିଛି ଆଇଆଇସିଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତେବେ ପଦୋନ୍ନତି ପାଇଥିବା ସ୍ମୃତି ରଞ୍ଜନ ମହାନ୍ତିଙ୍କୁ ଧଉଳୀ ଥାନାର ନୂତନ ଆଇଆଇସି ଭାବେ ନିଯୁକ୍ତ କରାଯାଇଛି । ସ୍ମୃତି ରଞ୍ଜନ ମହାନ୍ତି ପାହାଳ ଫାଣ୍ଡି ଅଧିକାରୀ ଭାବେ ପୂର୍ବରୁ ଯୋଗ ଦେଇ ଅଞ୍ଚଳବାସୀଙ୍କ ହୃଦୟ ଜିଣି ପାରିଥିବା ବେଳେ ତାଙ୍କୁ ଧଉଳୀ ଥାନାର ଦାୟୀତ୍ଵ ଦିଆଯାଇଛି । ସେହିପରି ଭାବେ ଧଉଳୀ ଥାନା ଆଇଆଇସି ପ୍ରଦୀପ୍ତ କୁମାର ନାୟକଙ୍କୁ ଭୁବନେଶ୍ଵର ୟୁପିଡି ର ଡିପିଓ ଅଫିସକୁ ବଦଳି କରାଯାଇଛି । ଏବଂ ଇନ୍ସପେକ୍ଟର ମିନତୀ କୁମାରୀ ନାୟକଙ୍କୁ ଭୁବନେଶ୍ଵରରୁ ନୟାଗଡ଼ ଜିଲ୍ଲା ପୋଲିସକୁ ବଦଳି କରାଯାଇଥିବା ସୂଚନା ମିଳିଛି ।


