ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଦୁର୍ଗାମଣ୍ଡପ ଠାରେ ଚଳିତ ବର୍ଷର ଉତ୍ପାଦିତ ‘ ଖତ’ ବିକ୍ରୟର ଶୁଭାରମ୍ଭ କରଯାଇଛି । ଦୁର୍ଗା ମଣ୍ଡପ ଠାରେ ସ୍ଵତନ୍ତ୍ର ଏକ ଷ୍ଟଲ୍ କରାଯାଇ ଗ୍ରାହାକ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଖତ ବିକ୍ରୟ କେନ୍ଦ୍ରର ଉଦ୍ଘାଟନ କରଯାଇଛି । ପୌର ପରିଷଦ ପୌରଧ୍ୟକ୍ଷା ନିରୂପମା ଖଟେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖତ ବିକ୍ରୟ କେନ୍ଦ୍ରର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର କାଉନସିଲର ସ୍ଵୟଂପ୍ରଭା ମିଶ୍ର, ଲକ୍ଷ୍ମୀଧର ମହାପାତ୍ର, ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ, ପରିମଳ ବିଶେଷଜ୍ଞ ଦୀପକ କୁମାର ନନ୍ଦନା ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଖତ ବିକ୍ରୟ କେନ୍ଦ୍ରଟି ଛୁଟି ଦିନକୁ ବାଦ୍ ଦେଇ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ଟା ସମୟରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜୈବିକ ଖତ ଉକ୍ତ କେନ୍ଦ୍ରରେ ବିକ୍ରୟ କରାଯିବ ।

ଏହି ଖତରେ କୌଣସି ପିଡ଼ିଆ ସାର୍ ମିଶ୍ରଣ କରାଯାଉ ନାହିଁ । ଯାହାଫକରେ ଗ୍ରାହକ ମାନେ ସେଠାରୁ ଜୈବିକ ଖତ କ୍ରୟ କରି ବଗିଚା ବା କୃଷି କ୍ଷେତ୍ର ପାଇଁ ବେଶ୍ ଉପଯୋଗୀ । ଜୈବିକ ଖତ ଏକ କିଲୋ ପ୍ରତି ମାତ୍ର ୧୦ଟଙ୍କା ଧାର୍ଯ୍ୟ କରାଯାଇଛି । ଉଦ୍ଘାଟନୀ ଦିବସରେ ୨ଶହ କେଜିରୁ ଉର୍ଦ୍ଧ ଖତ ବିକ୍ରୟ ହୋଇଥିବା ନେଇ ପୌର ପରିଷଦ ପକ୍ଷରୁ ସୂଚନା ମିଳିଛି ।


