ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ମହୋତ୍ସବର ସ୍ୱତନ୍ତ୍ର ନାମକରଣ କରାଇବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟର ବହୁ ଜିଲ୍ଲାରେ ମହୋତ୍ସବ ଗୁଡିକ ସ୍ୱତନ୍ତ୍ର ନାମକରଣ କରାଯାଇ ତାହାର ନିଜସ୍ୱ ପରିଚୟ ପାଉ ଥିବା ବେଳେ ନୟାଗଡ଼ ଜିଲ୍ଲାରେ ବିଗତ ୨୫ ବର୍ଷ ଧରି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ବେଳେ ତାହାକୁ ଗ୍ରହଣ କରାଯାଉ ନାହିଁ ବୋଲି ଉଲ୍ଲେଖ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ଅଫିସିଆଲ ଟୁଇଟର ହାଣ୍ଡେଲ ‘X‘ ରେ ଜିଲ୍ଲା ମହୋତ୍ସବ ର ସ୍ୱତନ୍ତ୍ର ନାମକରଣ କରିବା ପାଇଁ ଏକ ଚିଠି ମାଧ୍ୟମ ରେ ପ୍ରସ୍ତାବ ଦେଇଛନ୍ତି । ଚିଠିର ନକଲ ମଧ୍ୟ ନୟାଗଡ଼ ଜିଲ୍ଲାପାଳଙ୍କ ଟୁଇଟର ହାଣ୍ଡେଲରେ ଅପଲୋଡ଼ କରିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ଏ ସମ୍ପର୍କ ରେ ସୂଚନା ଦିଆଯାଇଛି । ପ୍ରାୟ ୩୦ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି ମହୋତ୍ସବ ର ନିଜସ୍ୱ ପରିଚୟରେ ସମଗ୍ର ରାଜ୍ୟରେ ପ୍ରସିଦ୍ଧ ଲାଭ କରିବା ପାଇଁ ଏହାର ସ୍ୱତନ୍ତ୍ର ନାମକରଣ ଆବଶ୍ୟକତା ରହିଛି ଏବଂ ଏଥି ପାଇଁ ଡିସିସି ସଭାପତି ଶ୍ରୀ ଦାଶ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି।


