
ନୟାଗଡ଼, (ଓଡ଼ିଶା ଲେଖା): ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ ହରିବାବୁ କମ୍ଭମପତିଙ୍କ ରାଜସୁନାଖଳା ଗସ୍ତ ଆସନ୍ତାକାଲି ସଂଧ୍ୟା ୫.୪୫ ମିନିଟରେ କାଉଁରୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କାର୍ଯ୍ୟକ୍ରମ ରହିଛି । ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ମିନି ଚାମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପୁଷ୍ପା ନୀଳିମା ଲାକ୍ରା ପ୍ରମୁଖ ଯୋଗଦାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ବୈଠକର ଅଭିପ୍ରାୟ ଜଣାଇଥିଲେ । ମାନ୍ୟବର ରାଜ୍ୟପାଳଙ୍କ ନୟାଗଡ ଜିଲ୍ଲାର ରଣପୁର ବ୍ଲକ ସ୍ଥିତ ରାଜସୁନାଖଳା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ ପରିପ୍ରେକ୍ଷୀରେ ବିଭାଗୀୟ ଅଧିକାରୀମାନଙ୍କୁ ସେମାନଙ୍କ କାର୍ଯ୍ୟଭାର ବିଷୟରେ ପରାମର୍ଶ ଦେଇଥିଲେ । ଏଥି ସହିତ ଆରକ୍ଷୀ ଅଧିକ୍ଷକଙ୍କ ପରାମର୍ଶ ମଧ୍ଯ ଜାରି ରହିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆମ୍ବୁଲାନ୍ସ, ଫାଷ୍ଟ ଏଡ଼ ଯୋଗାଇ ଦେବା ସହ ସବୁ ବିଷୟରେ ଆଲର୍ଟ ରହିବାକୁ ପରାମର୍ଶ ଦେଇଥିଲେ । ସେହିପରି ଆଞ୍ଚଳିକ ପରିବହନ ବିଭାଗ, ଅଗ୍ନିଶମ ବିଭାଗ, ଟିପିସିଓଡିଏଲ, ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସେମାନଙ୍କ କାର୍ଯ୍ୟଭାର ଦାୟିତ୍ବ ପୂର୍ଣ ଭାବେ କରିବାକୁ ପରାମର୍ଶ ଦେଇଥିଲେ । ସମସ୍ତଙ୍କ ସହ ଆଲୋଚନା କରାଯାଇ ସଭା ସାଙ୍ଗ କରାଯାଇଥିଲା ।


