Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ:ମଧ୍ୟମ ବର୍ଗ ବଦଳରେ ଛୋଟ ବର୍ଗକୁ ଠେଲି ଦେଲେ ସରକାର:ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅରୁଣ

Published December 11, 2025 ସ୍ୱତନ୍ତ୍ର ଖବର
SHARE

ଓଡ଼ିଶା ଲେଖା ଅଫିସ୍: ରାଜ୍ୟ ବିଧାନସଭାର ସର୍ବୋଚ୍ଚ ସ୍ଥାନରେ ରଣପୁର ବିଧାୟିକା ଥିବା ବେଳେ ନୟାଗଡ଼ ଜିଲ୍ଲାକୁ ସର୍ବ ନିମ୍ନ ସ୍ତରକୁ ଠେଲି ଦେଇଛନ୍ତି ରାଜ୍ୟ ସରକାର। ଯେଉଁ ଜିଲ୍ଲାରେ ଲୋକ ସଂଖ୍ୟା କମ, ଆୟତନ କମ ଏବଂ ନିର୍ବାଚନ ମଣ୍ଡଳୀ କମ ଥାଇ ମଧ୍ୟ ସେହି ଜିଲ୍ଲା ଗୁଡ଼ିକୁ ମଧ୍ୟମ ବର୍ଗ ରଖିଥିବା ନୟାଗଡ଼ ଜିଲ୍ଲା ପ୍ରତି ପକ୍ଷପାତିତା କାହିଁକି ? ଏଭଳି କିଛି ତଥ୍ଯ ରଖି ବିଧାନସଭା ପବିତ୍ର ଗୃହରେ ରାଜ୍ୟ ସରକାରଙ୍କ ଉପରେ ବର୍ଷଛନ୍ତି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ । ରାଜ୍ୟ ସରକାର ଯାହା କିଛି ପଦକ୍ଷେପ ନେଉଛନ୍ତି ତାହା ସରକାରର ଦଳୀୟ ନେତୃତ୍ଵମାନଙ୍କ ସହ ଆଲୋଚନା କରି ପଦକ୍ଷେପ ନେଉଛନ୍ତି ନା ମନ ଇଚ୍ଛା ପଦକ୍ଷେପ ନେଉଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଆଲୋଚନା କରି ପଦକ୍ଷେପ ନେଉଛନ୍ତି, ତେବେ ବାଚସ୍ପତି ମହୋଦୟା କେମିତି ନିଜ ଜିଲ୍ଲାକୁ ଛୋଟିଆ ବର୍ଗକୁ ଠେଲି ଦେଇଛନ୍ତି ତାହା ନୟାଗଡ଼ ଜିଲ୍ଲା ବାସୀଙ୍କୁ ଚକିତ କରିଦେଇଛି । ଯାହାକୁ ନେଇ ନୟାଗଡ଼ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ଡ଼ ସାହୁ। ରାଜ୍ୟ ସରକାର ଏବେ ସବୁ ଜିଲ୍ଲାରେ ଜିଲ୍ଲାପାଳ କାର୍ଯ୍ୟାଳୟର ନବକଳେବର କରିବାକୁ ଯାଉଛନ୍ତି । ଏଥିରେ ଜନସଂଖ୍ୟା, ପ୍ରଶାସନିକ କାର୍ଯ୍ୟଭାର ଆଦିକୁ ବିଚାରକୁ ନେଇ ଜିଲ୍ଲାଗୁଡିକୁ ୩ ଭାଗରେ ବିଭକ୍ତ କରାଯାଇଛି । ଆଉ ଏହି ବର୍ଗରେ ନୟାଗଡ଼କୁ ଛୋଟ ବର୍ଗରେ ରଖାଯାଇଛି । ନୟାଗଡ଼ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ମନୋଭାବକୁ ନେଇ ସେ ବାଚସ୍ପତିଙ୍କ ହସ୍ତକ୍ଷେପ ଦାବି କରିଥିଲେ । ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ ବଡ଼ ବର୍ଗ ସହରରେ ରହିଛନ୍ତି ସମ୍ବଲପୁର, ପୁରୀ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ ଓ ଗଞ୍ଜାମ । ସେହିପରି ମଧ୍ୟମ ବର୍ଗ ସହରରେ ରହିଛନ୍ତି କନ୍ଧମାଳ, ରାୟଗଡ଼ା, ବାଲେଶ୍ବର, ଯାଜପୁର, ବଲାଙ୍ଗୀର, ଖୋର୍ଦ୍ଧା, କଳାହାଣ୍ଡି, ଭଦ୍ରକ, ବରଗଡଡ଼ କେନ୍ଦ୍ରାପଡା, କୋରାପୁଟ, ଅନୁଗୁଳ, ନବରଙ୍ଗପୁର, ଢେଙ୍କାନାଳ ଓ ଜଗତସିଂହପୁର । ସେପଟେ ଛୋଟ ବର୍ଗ ସହରରେ ରହିଛନ୍ତି ନୟାଗଡ଼, ମାଲକାନଗିରି, ନୂଆପଡ଼ା, ସୋନପୁର, ଝାରସୁଗୁଡ଼ା, ଗଜପତି, ବୌଦ୍ଧ ଓ ଦେବଗଡ଼ । ପ୍ରସ୍ତାବିତ ନବକଳେବର ରୂପରେଖ ଅନୁଯାୟୀ ୧ ଲକ୍ଷ ୭୦ ହଜାର ବର୍ଗଫୁଟ ଜମିରେ ବଡ଼, ୧ ଲକ୍ଷ ୪୦ ହଜାର ବର୍ଗଫୁଟ ଜମିରେ ମଧ୍ୟମ ଓ ଏକ ଲକ୍ଷ ବର୍ଗଫୁଟ ଜମିରେ ନିର୍ମାଣ ହେବ କ୍ଷୁଦ୍ର ଜିଲ୍ଲାପାଳ କାର୍ଯ୍ୟାଳୟ । ନୟାଗଡ଼ରେ ନା ଅଛି ଖଣି ନା ପାଣି କେବଳ ଜଙ୍ଗଲ ସମ୍ପଦ ଉପରେ ନୟାଗଡ଼ ଜିଲ୍ଲା ନିର୍ଭରଶୀଳ। ନୟାଗଡ଼ ଦେଇ ମହାନଦୀ ଯାଇଥିଲେ ବି ଏବେ ଧିରେ ଧିରେ ସେଥିରେ ମଧ୍ୟ ପାଣି କମିଲାଣି । ସେ ଭିତରେ ନୟାଗଡ଼ବାସୀ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ଏବେ ବି ସଂଘର୍ଷ କରୁଛନ୍ତି । ଅନ୍ୟ ଜିଲ୍ଲା ପରି ନୟାଗଡ଼ ପ୍ରାଚୁର୍ଯ୍ୟରେ ଭରପୂର ନୁହେଁ। ତେଣୁ ଗୋଟେ ଜିଲ୍ଲାକୁ ଆଗକୁ ବଢ଼ିବାକୁ ସୁଯୋଗ ଦିଆଯିବାର ଆବଶ୍ୟକ‌ତା ରହିଛି । ବିଧାନସଭାର ସର୍ବୋଚ୍ଚ ଆସନରେ ବସିଥିବା ବାଚସ୍ପତି ମଧ୍ୟ ନୟାଗଡ଼ ଜିଲ୍ଲାକୁ ପ୍ରତିନିଧିତ୍ବ କରୁଛନ୍ତି । ତେଣୁ ସେ – ଏଥିରେ ହସ୍ତକ୍ଷେପ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 11, 2025 December 11, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ଏକ ଅପୂରଣୀୟ ଶୂନ୍ୟତା

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?