
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ମହୋତ୍ସବ ଆସନ୍ତା ୨୪ ତାରିଖରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଅତିଥି ଭାବେ ବୈଠକରେ ଯୋଗ ଦେଇ ଆଲୋଚନା କରିଥିଲେ । ବୈଠକରେ ଓରମାସ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ ଶିବିୟାନ୍ ପ୍ରଧାନ, ଏଡିଇଓ ଗୀତାଞ୍ଜଳୀ ସାହୁ ଉପସ୍ଥିତ ରହିଥିଲେ । ସାଂସ୍କୃତିକ କମିଟି ସଦସ୍ୟ ଭାବେ ରଜତ ଚମ୍ପତରାୟ, ରଜତ ପଟ୍ଟନାୟକ, ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ଶରତ ଚନ୍ଦ୍ର ଆଚାର୍ଯ୍ୟ, ପ୍ରଭାସିନୀ ନନ୍ଦ, ବିଭୂତି ଭୂଷଣ ମହାପାତ୍ର, ବିଭୂତି ଭୂଷଣ ସ୍ୱାଇଁଙ୍କ ସମେତ ବହୁ ବ୍ୟକ୍ତି ସାମିଲ ହୋଇଥିଲେ । ଚଳିତ ବର୍ଷ ମହୋତ୍ସବରେ ବ୍ୟଙ୍ଗ କବି ଆସର, ମେଲୋଡ଼ି, ଡ୍ୟାନ୍ସ ଗ୍ରୃପ ସହ ରାଜ୍ୟ ଓ ରାଜ୍ୟ ବାହାରର ସାଂସ୍କୃତିକ ଦଳକୁ ସୁଯୋଗ ମିଳିବ ବୋଲି ସୂଚନା ମିଳିଛି ।


