
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଶିତରୁ ରକ୍ଷା ପାଇବା ପାଇଁ ମାଗଣାରେ କମ୍ବଳ ବଣ୍ଟନ କରାଯାଇଛି । ଓମ୍ ସାଇ ପ୍ରସାଦ ଖାଦ୍ୟ ରଥ ଓ ରେଡ୍ କ୍ରସ ଭଲ୍ୟୁଣ୍ଟାରୀୟସ୍ ଫୋରମ୍ ପକ୍ଷରୁ କମ୍ୱଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଗୀ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ ।

ନୟାଗଡ଼ ଜିଲ୍ଲାରେ ଥଣ୍ଡାର ମାତ୍ରା ବଢ଼ି ଚାଲିଥିବା ବେଳେ ରୋଗୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ଓମ୍ ସାଇ ପ୍ରସାଦ ଓ ରେଡ୍ କ୍ରସ ଭଲ୍ୟୁଣ୍ଟାରୀୟସ୍ ଫୋରମ୍ ସଂଯୋଜକ ବିଭୂତି ଭୂଷଣ ପଟ୍ଟନାୟକଙ୍କ ତତତ୍ଵାବଧାନରେ ଆଜି ଅପରାହ୍ନରେ ମାଗଣା କମ୍ବଳ ବଣ୍ଟନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ କାଉନସିଲର, ସମାଜସେବୀ ଓ ଆଇନଜୀବିଙ୍କ ସହ ପବିତ୍ର ମୋହନ ସାହୁ ଉପସ୍ଥିତ ଥିଲେ ।


