
ନୟାଗଡ଼, (ଓଡ଼ିଶା ଲେଖା): ବିଶାକ୍ତ ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ବିରଞ୍ଚି ନାରାୟଣ ପ୍ରଧାନ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ କାକଲ୍ଲମ୍ମା ଗାଁର ଯୁଧିଷ୍ଟିର ପ୍ରଧାନଙ୍କ ପୁଅ ବିରଞ୍ଚି ନାରାୟଣ ପ୍ରଧାନ(୪୦) ଧାନ ଫସଲ ଜଗିବାକୁ ବିଲକୁ ଯାଇଥିଲେ । ଶାଳିଆ ଖୋଲ ନିକଟରେ ଜମିରେ ଧାନ ଫସଲ କରିଥିଲେ । ହାତୀ ଓ ବାରହା ଧାନ ଫସଲ ନଷ୍ଟ କରିଦେଉଥିବା ଯୋଗୁଁ ବିରଞ୍ଚି ଜଗିବା ପାଇଁ ସଂଧ୍ୟାରେ ଯାଇଥିଲେ । ବିଲରେ ଭାଡ଼ି କରି ସୋଇଥିଲେ । ତେବେ ରାତି ପାହି ସକାଳ ହେଲା କିନ୍ତୁ ବିରଞ୍ଚି ଘରକୁ ନଆସିବାରୁ ପରିବାର ଲୋକ ଯାଇ ବିଲକୁ ଯାଇ ଦେଖିଲା ବେଳକୁ ବିରଞ୍ଚି ଭାଡିରେ ପଡ଼ିଥିବା ଦେଖିବାକୁ ମିଳିଛି । ଡ଼ାକି ଡ଼ାକି ନଶୁଣିବାରୁ ପରିବାର ଲୋକ ବରଞ୍ଚିକୁ ଆଣି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ ।ବିଷାକ୍ତ ସାପ କାମୁଡାରେ ତାଙ୍କର ମୃତ ହୋଇଥିବା ନେଇ ଡ଼ାକ୍ତର ଘୋଷଣା କରିଥିଲେ । ମୃତ ଖବର ଶୁଣି ପରିବାରରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପହଞ୍ଚି ଶୋକ ବ୍ୟକ୍ତ କରିବା ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରଯାଇଛି ।


