
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାରୁ ପ୍ରକାଶିତ ହେବ ସାପ୍ତାହିକ ଖବର କାଗଜ ‘ନୟାଗଡ଼ ଭଏସ୍’ । ନୟାଗଡ଼ ଖଣ୍ଡପଡ଼ା ରାସ୍ତା ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ରଠାରେ ଆଜି ଏହାର ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ । ନୟାଗଡ଼ ଭଏସ୍ ସମ୍ପର୍କରେ ବିଧାୟକ ବକ୍ତବ୍ୟ ରଖିବା ସହ ସାମ୍ବାଦିକ ଲୋକଙ୍କ ସ୍ୱର ହୋଇ କାର୍ଯ୍ୟ କରୁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଭଏସ୍ ସମ୍ପାଦକ ଧିରେନ୍ଦ୍ର ପଟ୍ଟନାୟକ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ, ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ସମେତ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।


