
ନରସିଂହପୁର, (ଓଡ଼ିଶା ଲେଖା): ଚର୍ଚ୍ଚାରେ ଏବେ ମୁକ୍ତି ସଂଗଠନ । ବିଭିନ୍ନ ସଚେତନତା ଅଭିଯାନ, ସଫେଇ କାର୍ଯ୍ୟ ଓ ର୍ଦୁଦିନରେ ରହିଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସେବା ଓ ସହଯୋଗର ହାତ ବଢ଼ାଇ ଚର୍ଚ୍ଚାର ପରିସରକୁ ଆସିଛି ମୁକ୍ତି ସଂଗଠନ । ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନରସିଂହପୁର ଅଂଚଳରେ । ମୁଣ୍ଡରେ ଶକ୍ତ ଆଘାତ ଲାଗି ଯନ୍ତ୍ରଣା ଭୋଗୁ ଥିବା ଅପରିଚିତ ମାନସିକ ମହିଳାଙ୍କୁ ମୁକ୍ତି ସଙ୍ଗଠନ ତରଫରୁ ଆସୁ ଚିକିତ୍ସା ପାଇଁ ସେବା ସଂସ୍ଥା”ସଂସ୍କାର “ମାଧ୍ୟମରେ କଟକ ପଠାଇବା ର ସମସ୍ତ ବନ୍ଦ ଵସ୍ତ କରାଯାଇଛି । ଏଥିରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ୟୋତି ରଞ୍ଜନ ସାହୁ, ନରସିଂହପୁର ପୋଲିସ ପ୍ରଶାସନର ଶ୍ରୀକାନ୍ତ ଦାସ, ଡଲି ମହାରଣା ଏବଂ ମମତା ପ୍ରଧାନ ଏବଂ ଶରଧାପୁର ସମିତି ସଭ୍ୟ ତଥା ସମାଜସେବୀ ଶକ୍ତି କୁମାର ମିଶ୍ରଙ୍କ ର ଅତୁଳନୀୟ ଅବଦାନ ପାଇଁ ମୁକ୍ତି ସଙ୍ଗଠନ ତରଫରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରାଯାଇଛି।


