Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ରାଜସୁନାଖଳା ମହୋତ୍ସବର ସାମ୍ବାଦିକ ସମ୍ମିଳନୀ:ଡିସେମ୍ବର ୮ରୁ୧୨ ଦୁଲୁକିବ କାଉଁରୀ ମହୋତ୍ସବ ମଞ୍ଚ: ମୁଖ୍ୟ ଆକର୍ଷଣ ସାଜିବ ନେପାଳର ଲୋକନୃତ୍ୟ ମାରୁଣୀ ଡ୍ୟାନ୍ସ

Published December 7, 2025 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୫ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ସମ୍ପାଦକ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ଆବାହକରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ମହୋତ୍ସବ କମିଟିର ସଭାପତି ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ରାଜସୁନାଖଳା ମହୋତ୍ସବ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବ। ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ଵାଚସ୍ପତି ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳ ଯୋଗଦେବାର ସମ୍ଭାବନା ଥିବା ଜଣାପଡିଛି। ବିଗତ କିଛି ବର୍ଷ ଧରି ରାଜସୁନାଖଳା ମହୋତ୍ସବକୁ ରାଜ୍ୟପାଳ ଲଗାତାର ଭାବେ ମୁଖ୍ୟ ଅତିଥି ହୋଇ ଆସୁଥିବାରୁ ଚଳିତ ବର୍ଷ ତାଙ୍କ ଗାରିମାମୟ ଉପସ୍ଥିତି ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ପ୍ରବଳ ଜସମାଗମକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୧ ପ୍ଲାଟୁନରୁ ଅଧିକ ଫୋର୍ସ ରଣପୁର ଥାନା ଏବଂ ରାଜସୁନାଖଳା ଫାଣ୍ଡି ତତ୍ୱାବଧାନରେ ନିୟୋଜିତ ରହିବ । ସ୍ଥାନୀୟ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଡିସେମ୍ବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଵ୍ୟାପୀ ସିଟି ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ନୂଆ ରୂପରେ, ନୂଆ ଢଙ୍ଗରେ ଏବଂ ସିନେ ଉତ୍ସବ ଶୈଳୀରେ କରାଯିବ। ରାଜସୁନାଖଳା ମହୋତ୍ସବକୁ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ପ୍ରଦାନ କରୁଥିବା ବେଳେ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଆସିଛି । ଆଞ୍ଚଳିକ, ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଷ୍ଠିତ କଳାକାରମାନେ  ରାଜସୁନାଖଳା ମଞ୍ଚରେ କଳା ପ୍ରଦର୍ଶନ କରିବେ । ଚଳିତ ବର୍ଷ ନେପାଳ ଦେଶ ତଥା ପୂର୍ବ ଭାରତର ପ୍ରସିଦ୍ଧ ଲୋକନୃତ୍ୟ ମାରୁଣୀ ଡ୍ୟାନ୍ସ ରାଜସୁନାଖଳା ମହୋତ୍ସବରେ ନୃତ୍ୟ ପରିବେଷଣ ହେବ । ପଡ଼ୋଶୀ ଦେଶର ଏହି ଲୋକନୃତ୍ୟ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ କଳାକାରଙ୍କୁ ଚୟନ ପାଇଁ ପ୍ରତିଯୋଗିତା ସରିଛି । କୃତିତ୍ୱଧାରୀଙ୍କୁ ରାଜସୁନାଖଳା ମହୋତ୍ସବ ମଞ୍ଚରେ ପୁରସ୍କୃତ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିଲା । ମୀନା ବଜାର, ରାମ ଦୋଳି ସାଙ୍ଗକୁ ଅଧିକ ଷ୍ଟଲ ଲଗାଇବାକୁ ଗୁରୁତ୍ୱ ଏବଂ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ପ୍ରତିଦିନ ମହୋତ୍ସବ ସନ୍ଧ୍ୟାରେ ପ୍ରତିଷ୍ଠିତ ରାଜନେତା, ମନ୍ତ୍ରୀ, ପ୍ରଶାସକ, ସାମ୍ବାଦିକ ଓ ସାହିତ୍ୟିକ ଆଦିଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ସିନେ ଷ୍ଟାର ମାନେ ଯୋଗଦେବେ । ୧୧ ତାରିଖରେ ସୁଜ୍ଞାନୀ ଏବଂ ତାଙ୍କ ମେଲୋଡି଼ ଟିମ ୧୨ ତାରିଖ ରୁକୁସେନା ଏବଂ ମେଲୋଡି ଟିମ ଦର୍ଶକଙ୍କ ଆକର୍ଷଣ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟିର ଧର୍ମେନ୍ଦ୍ର ସାହୁ , ବିଶ୍ୱନାଥ ବରାଡ଼,ନିରଞ୍ଜନ ପ୍ରଧାନ,ସନ୍ତୋଷ କୁମାର ପୃଷ୍ଟି, ସୁଶାନ୍ତ କୁମାର ନାୟକ, ରାଜସୁନାଖଳା ଗ୍ରାମପଞ୍ଚାୟତର ସମିତି ସଭ୍ୟ ତପନ କୁମାର ପ୍ରଧାନଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 7, 2025 December 7, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଯତ୍ନ ଓ ସୁରକ୍ଷା ଆବଶ୍ୟକ ଶିଶୁଙ୍କ ପାଇଁ ଶିକ୍ଷଣୀୟ କ୍ଷେତ୍ର ପରିଦର୍ଶନ
ଜିଲ୍ଲା ଖବର
ନାଟୁଗାଁରେ ମୁକୁଳା ପଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର: ଟିପିସିଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖିଲେ ଅରୁଣ
ଆଞ୍ଚଳିକ ଖବର
ବରିଷ୍ଠ ଆଇନଜୀବୀ ଜୟଦେବ ନାୟକଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲା ଓକିଲ ସଂଘର ଶୋକସଭା
ଆଞ୍ଚଳିକ ଖବର
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ

Odisha Lekha August 31, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ପ୍ରଥମ ବର୍ଷରେ ‘ଓଡ଼ିଶା ଲେଖା’

Odisha Lekha August 15, 2026
ସ୍ୱତନ୍ତ୍ର ଖବର

ମେଧାବୀ ଛାତ୍ରୀ ରଶ୍ମିତାଙ୍କୁ ପୁନଃ ରୋଟାରୀ କ୍ଲବର ସହାୟତା

Odisha Lekha August 7, 2026
ସ୍ୱତନ୍ତ୍ର ଖବର

ଅଗଷ୍ଟ ୫ରେ ଆସନ୍ତୁ:ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରନ୍ତୁ:ସାମ୍ବାଦିକ ଭବନ

Odisha Lekha August 2, 2026
ସ୍ୱତନ୍ତ୍ର ଖବର

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାରାଥନ ଉଦଘାଟନ: ମାଡ଼ ଖାଇଲା ଓଡ଼ିଆ ଅସ୍ମିତା:ଜୋତା ପିନ୍ଧି ନଡ଼ିଆ ଭାଙ୍ଗିଲେ ସାଂସଦ

Odisha Lekha July 19, 2026
ସ୍ୱତନ୍ତ୍ର ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ

Odisha Lekha July 15, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?