
ନରସିଂହପୁର, (ଓଡ଼ିଶା ଲେଖା): ନରସିଂହପୁର ଆମ୍ବେଦକର ସଂସ୍ଥା ମୁକ୍ତି ସଂଗଠନ ମିଳିତ ସହଯୋଗରେ ମୁକ୍ତି କାର୍ଯ୍ୟାଳୟ ପରିସରରେ ସଭାପତି ସୁଶାନ୍ତ କୁମାର ମହାନ୍ତି ଏବଂ ଏନ ଦେବ କୁମାରଙ୍କ ନେତୃତ୍ୱ ରେ ଭାରତ ରତ୍ନ ବାବାସାହେବ ଆମ୍ବେଦକର ଙ୍କର ୭୦ତମ ମହା ପ୍ରାଣଦିବସ ପାଳନ କରାଯାଇଛି । ଉକ୍ତ ସଭାରେ ଆଇନଜୀବୀ ଦେବଦତ୍ତମଳୟ କୁମାର, ରବୀନ୍ଦ୍ର ସାହୁ, ଶ୍ରୀଧର ନାୟକ, ଚନ୍ଦ୍ରକାନ୍ତି ବୈଦ୍ଦ, ଅଞ୍ଜଳି ନାୟକ ପ୍ରମୁଖ ବ୍ୟକ୍ତି ମାନେ ଯୋଗାଦାନ କରିଥିଲେ ମୁକ୍ତି ସଂଗଠନର ସଭ୍ୟ ମାନେ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ନରସିଂହପୁର ଅଞ୍ଚଳରେ ଏକ ଜାତି ବିହୀନ ଭାଇଚାରା ଦ୍ଵାରା ଅଂଚଳରେ ବୈପ୍ଲବିକ ଆଣିବା ଏବଂ ନରସିଂହପୁର ମାଟିରେ ଏକ ଆମ୍ବେଦକର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସଭାପତି ଆହ୍ୱାନ କରିଥିଲେ ଶେଷରେ ସାଥି ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


